ଓଡିଶା
ଅଙ୍ଗନବାଡ଼ି ଗୃହ ନିର୍ମାଣକୁ ନେଇ ବିବାଦ

ଅଙ୍ଗନବାଡ଼ି ଗୃହ ନିର୍ମାଣକୁ ନେଇ ବିବାଦ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ଝାରପଡା ପଞ୍ଚାୟତ ୮ ନମ୍ବର ୱାର୍ଡରେ l ଏଠାରେ ଥିବା ଅଙ୍ଗନବାଡିର ଗୃହ ନିର୍ମାଣକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ଏଠାରେ ନିର୍ମାଣ ହେଉଥିବା ଅଙ୍ଗନବାଡ଼ି ଗୃହକୁ କୋଳମତୀ ଶିଶୁମାନେ ଯିବା ସମ୍ଭବ ନୁହେଁ ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ତେଣୁ ଏହି ଗୃହକୁ
ଝାରପଡା ହାଇସ୍କୁଲ ନିକଟରେ ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଏନେଇ ଏକ ଆଜି ଗ୍ରାମବାସୀମାନେ କଣ୍ଟାପଡା ବିଡିଓ ସ୍ଵପ୍ନିତା ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ପାଇବା ପରେ ଘଟଣାର ଅନୁଧ୍ୟାନ କରାଯିବା ସହ ସଠିକ୍ ସ୍ଥାନରେ ଗୃହ ନିର୍ମାଣ କରାଯିବ ବୋଲି ବିଡିଓ କହିଛନ୍ତି ।