ଦେଶ ବିଦେଶ

ଅଧା ଭାରତରେ ଜଳବିତ୍ପାତ

ସଂଚାର ବ୍ୟୁରୋ: ଭୂସ୍ଖଳନ ଓ ବର୍ଷାର ଲୋମହର୍ଷକ ତାଣ୍ଡବ। କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର, ମହାରାଷ୍ଟ୍ରରେ ହୃଦୟ ବିଦାରକ ଚିତ୍ର। ବଢିବାରେ ଲାଗିଛି ମୃତ୍ଯୁ ସଂଖ୍ଯା। ମୃତ୍ଯୁର କରାଳ ଗର୍ଭରୁ ଉଦ୍ଧାର ହେବାରେ ଲାଗିଛନ୍ତି ବିପନ୍ନ। ଲକ୍ଷ ଲକ୍ଷ ହୋଇଛନ୍ତି ପ୍ରଭାବିତ। ଜୀବନ ଯୁଦ୍ଧରେ ବଞ୍ଚିବା ଲାଗି ଚାଲିଥିବା ସଂଗ୍ରାମରେ ଦେବଦୂତ ସାଜିଛନ୍ତି ଯବାନ। ଅକଳନ କ୍ଷତି ଘଟାଇଛି ବିପର୍ଯ୍ୟୟ।

ପ୍ରଳୟ କୋପରେ ଛାରଖାର କେରଳ ୱାୟନାଡରୁ ଶୁଖୁନି ଲୁହଧାର। ଜଳ ପ୍ରକୋପର ବିଭୀଷିକା କୋଳରୁ ଶବ ସାଉଁଟୁଛନ୍ତି ଯବାନ। ଯେତିକି ଖୋଜା ଚାଲିଛି ସେତେକ ଶବ ମିଳିବାରେ ଲାଗିଛି। ଅତି ବିପଜ୍ଜନକ ସ୍ଥାନରୁ ବିପନ୍ନଙ୍କୁ ଉଦ୍ଧାର କରୁଛନ୍ତି ଯବାନ। ଷଷ୍ଠ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ବାହାର କରାଗଲାଣି ୩୫୦ରୁ ଅଧିକ ମୃତଦେବ। ସରକାରୀ ରିପୋର୍ଟ ଅନୁସାରେ ୨୦୬ଜଣ ଏବେ ବି ନିଖୋଜ ରହିଛନ୍ତି। ରେସ୍କ୍ୟୁ ଅପରେସନରେ ସାମିଲ ରାଡାର, ଡ୍ରୋନ ଓ ଭାରୀ ଯନ୍ତ୍ରପାତି। ଚାଲିୟାର ନଦୀର ୪୦ କିଲୋମିଟର ଅଞ୍ଚଳରେ ବି ଚାଲିଛି ସର୍ଚ୍ଚ ଅପରେସନ। ଉଦ୍ଧାର କାର୍ଯ୍ୟରେ ମୁତୟନ ଅଛନ୍ତି ଏନଡିଆରଏଫ, କେ-୯ ଡଗସ୍କ୍ବାଡ, ସେନା, ଏସଓଜି, ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପ, ବନ ବିଭାଗ କର୍ମଚାରୀ।
ହିମାଚ ପ୍ରଦେଶ:

ପର୍ଯ୍ୟଟନର ରାଜ୍ଯ ହିମାଚଳରେ ବି ଲୋମହର୍ଷକ ତାଣ୍ଡବ ରଚିଛି ଭୂସ୍ଖଳନ। ସିମଳା, କୁଲୁ, ରାମପୁର ଆଦି ଅଞ୍ଚଳରେ ଧୋଇଯାଇଛି ଅନେକ ଗ୍ରାମ। ୧୨୦ରୁ ଅଧିକ ରାସ୍ତା ଧୋଇ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ଡ୍ରୋନ ନିୟୋଜିତ ହୋଇଛି। ନଦୀରେ ଶବ ଭାସି ଯାଇଥିବା ଆଶଙ୍କାରେ ଚାଲିଛି ସର୍ଚ୍ଚ ଅରରେସନ। ବିପଦସଙ୍କୁଳ ଅବସ୍ଥାରେ ବିପନ୍ନଙ୍କୁ ଉଦ୍ଧାର କରିଛନ୍ତି ଯବାନ। ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ। ଅସୁସ୍ଥ ଲୋକଙ୍କ ଲାଗି ଯୋଗାଇଦିଆଯାଇଛି ମେଡିସିନ ଓ ସେବା। ଲାହୁଲ ସ୍ପିତିରେ ଭାସିଯାଇଛି କୋଫତା ପୋଲ।
ଉତ୍ତରାଖଣ୍ଡ:

ଦେବଭୂମି ଉତ୍ତରାଖଣ୍ଡରେ ବି ସ୍ଥିତି ବେହାଲ। ଭୂସ୍ଖଳନ ଘଟାଇଛି ବିପୁଳ କ୍ଷତି। ଫସିଥିବା ତୀର୍ଥଯାତ୍ରୀ ଓ ବିପନ୍ନଙ୍କୁ ଉଦ୍ଧାର ଲାଗି ଚାଲିଛି ମେଗା ରେସ୍କ୍ଯୁ ଅପରେସନ। ହେଲିକପ୍ଟର ଜରିଆରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଜୀବନର ଆଶାର ସୂର୍ଯ୍ଯ ଦେଖିବା ଲାଗି ଆକୁଳ ଅବସ୍ଥାରେ ରହିଛନ୍ତି ବିପନ୍ନ। ବିଭିନ୍ନ ନଦୀରେ ବି ଚାଲିଛି ସର୍ଚ୍ଚ ଅପରେସନ। ପୋତିହୋଇଥିବା ଲୋକଙ୍କୁ ଖୋଜିବା ଲାଗି ନିୟୋଜିତ ହୋଇଛି କୁକୁର।

ମହାରାଷ୍ଟ୍ର:
ଜାମ୍ମୁ ଓ କାଶ୍ମୀରରେ ବି କେତେକ ସ୍ଥାନରେ ଘଟିଛି ଭୂସ୍ଖଳନ। ଗନ୍ଦରବାଲରେ ରାସ୍ତା ବିଚ୍ଛିନ୍ନ ହେବା ଯୋଗୁ ଶ୍ରୀନଗର ଲେହ ରାଜପଥରେ ଯାତାୟତ ବନ୍ଦ ରହିଛି। ଅଟକି ରହିଛନ୍ତି ଶହ ଶହ ଗାଡି। ତେଣେ ମହାରାଷ୍ଟ୍ର ପୁଣେରେ ବି ଘଟିଛି ଜଳବିତ୍ପାତ। ମୁଥା ନଦୀର ଜଳସ୍ତର ବୃଦ୍ଧିପାଇ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ମନ୍ଦିର ଭିତରେ ପାଣି ପଶିବା ଦେଖାଯାଇଛି। ମାୟାନଗରୀ ମୁମ୍ବାଇବାସୀ ବି ହୋଇଛନ୍ତି ଅସ୍ତବ୍ଯସ୍ତ। ଜନଗହଳିପୂର୍ଣ୍ଣ ମାରିନ ଡ୍ରାଇଭ ଅଞ୍ଚଳରେ ବି ସମାନ ସ୍ଥିତି । ସମୁଦ୍ର ରହିଛି ଅଶାନ୍ତ। ବ୍ଯୁରୋ ରିପୋର୍ଟ, ନନ୍ଦିଘୋଷ ଟିଭି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button