ଓଡିଶା

ଆଇଏଫ୍‌ଏସ୍‌ ସ୍ତରରେ ଅଦଳବଦଳ : କେ. ଏସ୍‌. ପ୍ରଦୀପଙ୍କୁ ସ୍ୱତନ୍ତ୍ର ସଚିବ ଦାୟିତ୍ୱ

ଭୁବନେଶ୍ୱର, ୧୩/୦୬ : ଆଇଏଫ୍‌ଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ କରାଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇଏଫ୍‌ଏସ୍‌ କେ. ଏସ୍‌. ପ୍ରଦୀପଙ୍କୁ ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି । ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ) ଡିଭିଜନର ଉପନିର୍ଦ୍ଦେଶକ ସାଇ କିରନ ଡିଏନ୍‌ଙ୍କୁ ମାଲକାନଗିରି(ଟି) ଡିଏଫ୍‌ଓ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଫୁଲବାଣୀ (ଟି) ଡିଏଫ୍‌ଓ ପ୍ରଶାନ୍ତ ପଟେଲ ଶିମିଳିପାଳ ଉତ୍ତର (ବନ୍ୟଜନ୍ତୁ) ଡିଭିଜନରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ । ୨୦୧୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ପୂର୍ଣ୍ଣିମା ପାଣ୍ଡିଆନ୍‌ଙ୍କୁ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ପଦବିରୁ ହଟାଯାଇଛି । ସେ ଏବେଠୁ ପିସିସିଏଫ୍‌ କାର୍ଯ୍ୟାଳୟରେ ସିଏଫ୍‌ (ଆଫରେଷ୍ଟେସନ) ଭାବେ କାର୍ଯ୍ୟ କରିବେ । ସେହି ବ୍ୟାଚ୍‌ ଆଇଏଫ୍‌ଏସ୍‌ ଖୁସୱନ୍ତ ସିଂଙ୍କୁ ବାଲେଶ୍ୱର ବନଖଣ୍ଡ ଅଧିକାରୀରୁ ସୁନ୍ଦରଗଡ଼ ଡିଏଫ୍‌ଓ ଦାୟିତ୍ୱ ମିଳିଛି । ସୁନ୍ଦରଗଡ଼ ଡିଏଫ୍‌ଓ ତଥା ୨୦୧୫ ବ୍ୟାଚ୍‌ ଆଇଏଫ୍‌ଏସ୍‌ ମିରାସେ ପି.ଦେବିଦାସଙ୍କୁ ବଲାଙ୍ଗୀର (ବନ୍ୟଜନ୍ତୁ) ଡିଏଫ୍‌ଓ ଭାବେ ଅବସ୍ଥାପିତ କରାଯାଇଛି । ପିସିସିଏଫ୍‌(ବନ୍ୟଜନ୍ତୁ) ଜଏଣ୍ଟ ଟାସ୍କ ଫୋର୍ସରେ ଥିବା ୨୦୧୭ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଲାଡେ ଗଜାନନ ଦୟାନନ୍ଦଙ୍କୁ ଖୋର୍ଦ୍ଧା ଡିଏଫ୍‌ଓ ଭାବେ ବଦଳି କରାଯାଇଛି । ପୁରୀ ଡିଏଫ୍‌ଓ ବିବେକ କୁମାରଙ୍କୁ ପିସିସିଏଫ୍‌ (ବନ୍ୟଜନ୍ତୁ)ର ଡେପୁଟି ସିଏଫ୍‌ ଦାୟିତ୍ୱ ମିଳିଛି । ତାଙ୍କ ସ୍ଥାନରେ ଦେଓଗଡ଼ ଡିଏଫ୍‌ଓ ଥିବା ୨୦୧୬ ବ୍ୟାଚ୍‌ ମଗର ଧନାଜୀ ରାଓ ପୁରୀ ଡିଏଫ୍‌ଓ ଭାବେ କାର୍ଯ୍ୟ କରିବେ । ମାଲକାନଗିରି ଡିଏଫ୍‌ଓ ପ୍ରତାପ କୋଟାପଲ୍ଲୀଙ୍କୁ ଫୁଲବାଣୀ ଡିଏଫ୍‌ଓ ଭାବେ ବଦଳି ହୋଇଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button