ଦେଶ ବିଦେଶ

ଆସନ୍ତା ୮ରେ ମହାକାଶକୁ ଯିବେ ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ

ନୂଆଦିଲ୍ଲୀ, ୦୩/୦୬ : ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା ଦେଶର ଦ୍ବିତୀୟ ମହାକାଶଚାରୀର ମାନ୍ୟତା ଲାଭ କରିବାକୁ ଯାଉଛନ୍ତି। ଜୁନ ୮ ଭାରତୀୟ ସମୟ ସନ୍ଧ୍ୟା ୬ଟା ୪୧ ମିନିଟରେ ଶୁଭାଂଶୁଙ୍କ ସମେତ ଚାରିଜଣ ମହାକାଶଚାରୀ ଫାଲକନ୍‌-୯ ରକେଟ ଯୋଗେ ମହାକାଶକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ଶୁଭାଂଶୁ ମିଶନ ପାଇଲଟ୍‌ ଏବଂ ଆମେରିକାର ପେଗି ହ୍ବିଟସନ୍ ମିଶନ କମାଣ୍ଡର ଦାୟିତ୍ବ ବହନ କରିବେ। ଅଭିଯାନରେ ସାମିଲ ଥିବା ଅନ୍ୟ ଦୁଇ ମହାକାଶଚାରୀ ହେଲେ ପୋଲାଣ୍ଡର ସ୍ଲାଓଜ୍‌ ଉଜ୍‌ନାନ୍‌ସ୍କି-ୱିଜ୍‌ନିଏସ୍କି ଏବଂ ହଙ୍ଗେରୀର ଟିବୋର କାପୁ। ଏହି ଚାରି ମହାକାଶଚାରୀ ୧୪ ଦିନ ଆଇଏସଏସ୍‌ (ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ)ରେ ଅବସ୍ଥାନ କରିବାପରେ ଜୁନ ୨୨ରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ ଶୁଭାଂଶୁଙ୍କ ପ୍ରସ୍ତୁତିକୁ ଇସ୍ରୋ ଅଧ୍ୟକ୍ଷ ଡ଼ ଭି.ନାରାୟଣନ ଉଚ୍ଚପ୍ରଶଂସା କରିଛନ୍ତି। ମହାକାଶରେ ଅବସ୍ଥାନ କାଳରେ ଶୁଭାଂଶୁ ମାଇକ୍ରୋ ଗ୍ରାଭିଟି ପ୍ରସଙ୍ଗରେ ୭ଟି ପରୀକ୍ଷା ନିରୀକ୍ଷା କରିବେ। ଇସ୍ରୋ ପକ୍ଷରୁ ୫୫୦ କୋଟି ଟଙ୍କା ବିନିଯୋଗ କରାଯାଇଛି। ଅପରପକ୍ଷରେ ଶୁଭାଂଶୁ ନିଜ ସହିତ ମୁଗ ଡାଲିର ହାଲୁଆ, ଭାତ, ଆମ୍ବରସ, ରାଜ୍‌ମା-ଚାଉଳ ଏବଂ ଜୟପୁରୀ ମିକ୍ସଡ ତରକାରି ସାଙ୍ଗରେ ନେବେ ବୋଲି ଜଣାପଡିଛି। ନାସାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଅତୀତରେ ମହାକାଶ ଯାତ୍ରା ସମୟରେ ସାଙ୍ଗରେ ମାଛ ତରକାରି ଓ ସିଙ୍ଗଡା ନେଇଥିଲେ। ୨୦୨୬ରେ ଇସ୍ରୋ ପକ୍ଷରୁ ‘ଗଗନଯାନ’ ଅଭିଯାନ କାର୍ଯ୍ୟକାରୀ କରାଯିବ। ଏଥିରେ ପ୍ରଥମ ଥର ମହାକାଶଚାରୀଙ୍କ ପଠାଇବାର ବ୍ୟବସ୍ଥା କରାଯାଉଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button