ଓଡିଶା

ରାଜ୍ୟରେ ୧୯ ଯାଏ ପ୍ରବଳ ବର୍ଷିବ : ୟୋଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୦୬ :ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେଉଥିବାବେଳେ ୧୯ ତାରିଖଯାଏ ଏହା ଜାରି ରହିବ। ଆଜି ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଆଦି ୪ ଜିଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ। ତେଣୁ ଏହିସବୁ ଜିଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ସହ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହାସହ ବିଜୁଳି ଓ ଘଡ଼ଘଡ଼ି ନେଇ ୨୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ଝଡ଼ବର୍ଷା ଫଳରେ ଆସନ୍ତା ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଗୁରୁବାର ଭୁବନେଶ୍ୱରରେ ସର୍ବାଧିକ ୧୨.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଚାନ୍ଦବାଲିରେ ୧୨.୦, ବଲାଙ୍ଗୀରରେ ୫.୬ ଏବଂ ଗୋପାଳପୁର, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୫.୦ ମିମି ଲେଖାଏ ବର୍ଷା ହୋଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button