ମନୋରଞ୍ଜନ

ଆଜି ନୀଳ ଆକାଶରେ ଦିଶିବ ଗୋଲାପୀ ଜହ୍ନ

ଆକାଶରେ ପୁଣି ଥରେ ଦୃଶ୍ୟମାନ ହେବ ଏକ ବିରଳ ଜାଗତିକ ଦୃଶ୍ୟ । ନୀଳ ଆକାଶରେ ଦିଶିବ ଗୋଲାପୀ ଜହ୍ନ । ଆଗାମୀ ଚୈତ୍ର ପୂର୍ଣ୍ଣିମାରେ ଆକାଶରେ ଦିଶିବ ପିଙ୍କ୍ ମୁନ୍ ବା ଗୋଲାପୀ ଜହ୍ନ ।

ଭାରତୀୟ ସମୟ ଆସନ୍ତାକାଲି ( ଏପ୍ରିଲ ୧୩, ରବିବାର) ଭୋର ପ୍ରାୟ ୫ଟା ବେଳକୁ ଆକାଶରେ ଫିଙ୍କ୍ ମୁନ୍ ଦୃଶ୍ୟମାନ ହେବ । ଏହାକୁ ଖାଲି ଆଖିରେ ସହଜରେ ଦେଖି ହେବ । ଭାରତରେ ମଧ୍ୟ ଏହି ବିରଳ ଜହ୍ନ ଦେଖିବାକୁ ମିଳିବ । ତେବେ ଏହି ଜହ୍ନର ପ୍ରକୃତ ରଙ୍ଗ ଗୋଲାପୀ ନୁହେଁ ବରଂ ଏହା ଏକ ଫୁଲର ନାମ ଅନୁସାରେ ନାମକରଣ ହୋଇଛି । ଯାହାର ନାଁ ହେଉଛି ମସ୍ ପିଙ୍କ୍ ବା ଫ୍ଲକ୍ସ ସୁବୁଲଟା । ଯାହାକି ବସନ୍ତ ଋତୁରେ ଉତ୍ତର ଆମେରିକାର ଫୁଟୁଥିବା ଏକ ଫୁଲର ନାମ । ଏହି ଫୁଲ ଫୁଟିଲେ ଆମେରିକାର ଋତୁ ପରିବର୍ତ୍ତନ ହୁଏ ବୋଲି କୁହାଯାଏ ।

ବସନ୍ତ ଋତୁର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରକୁ ପିଙ୍କ୍ ମୁନ୍ କୁହାଯାଇ ଥାଏ । ତେବେ ଏହି ଫିଙ୍କ୍ ମୁନକୁ ବୈଜ୍ଞାନିକ ଭାଷାରେ ମାଇକ୍ରୋ ମୁନ୍ ବା ଛୋଟ ଜହ୍ନ ବୋଲି କୁହାଯାଇଥାଏ । କାରଣ ଏହି ସମୟରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ଅଧିକ ରହିଥାଏ । ତେଣୁ ତୁଳନାତ୍ମକଭାବେ ଚନ୍ଦ୍ର ଛୋଟ ଦେଖାଯାଆନ୍ତି । କିନ୍ତୁ ଏହାକୁ ଖାଲି ଆଖିରେ କେହି ବି ଦେଖିପାରିବେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button