ଦେଶ ବିଦେଶ

ଆଜି ପୁଣି ବଢ଼ିଲା ସୁନା ଦର

ଭୁବନେଶ୍ୱର, ୧୨/୦୬ : ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୪୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ହଜାର ୨୧୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୪୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୨୧୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୮,୪୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୦, ୨୧୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୫୬୦ ଟଙ୍କା ଓ ୨୨ କ୍ୟାରେଟ୍ ୯୦,୩୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୮, ୪୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୦, ୨୧୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୮, ୪୧୦ ଓ ୯୦, ୨୧୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୮ , ୯୦୦ ଟଙ୍କା ହୋଇଛି ।

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ । ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button