ଜୀବନଶୈଳୀ

ଓ୍ବାକଫ୍ ବିଲକୁ ନେଇ ପଶ୍ଚିମବଂଗରେ ପୁଣି ତେଜିଲା ହିଂସା

ସଂଚାର ବ୍ୟୁରୋ: ୱାକଫ ବିଲକୁ ନେଇ ଥମୁନି ଉତ୍ତେଜନା। ପଶ୍ଚିମବଂଗରେ ପୁଣି ତେଜିଲା ହିଂସା।ସ୍ଥିତି ନେଇ ଗୁରୁତ୍ଵାରୋପ କରିଛନ୍ତି କୋଲକାତା ହାଇକୋର୍ଟ। ଲାଗି ରହିଥିବା ହିଂସାକୁ ନେଇ ମୁର୍ଶିଦାବାଦ ଅଂଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ।… ଆଜି ଦଙ୍ଗାକାରୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଦୁଇ ବାପପୁଅ ସମେତ ୩ ଜଣ। ପଶ୍ଚିମବଂଗ ମୁର୍ଶିଦାବାଦର ଶମସେରଗଂଜ ଅଂଚଳରେ ଉତ୍ତ୍ୟକ୍ତ ଜନତା ଦୁଇ ବାପା ଓ ପୁଅଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ହିଂସାକାଣ୍ଡ ପରେ ମୁର୍ସିଦାବାଦ ଅଂଚଳରେ ୧୬୩ ଧାରା ଲାଗୁ କରାଯାଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ପୋଲିସ ଏବଂ ବିଏସଏଫ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ମଧ୍ୟ ମୁର୍ଶିଦାବାଦ ଅଂଚଳରେ ହିଂସାକାଣ୍ଡ ଘଟିଥିଲା। ବିକ୍ଷୋଭକାରୀ ପୋଲିସ ଗାଡି ଓ ଆମ୍ବୁଲାନ୍ସକୁ ଟାର୍ଗେଟ କରିଥିଲେ। ୱାକଫ ଆଇନକୁ ବିରୋଧ କରି ହଜାର ହଜାର ସଂଖ୍ଯାରେ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ୩୪ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ଭିଡ଼ ହଟାଇବାକୁ ଚେଷ୍ଟା କରିବାବେଳେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ସମଶେରଗଂଜରେ ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡିକୁ ପୋଡି ଦେଇଥିଲେ। ଏକ ପୋଲିସ ପୋଷ୍ଟକୁ ମଧ୍ୟ ଭଂଗାରୁଜା କରିଥିଲେ । ରାସ୍ତା କଡ଼ରେ ଥିବା ଦୋକାନ ଏବଂ ଅନେକ ବାଇକରେ ନିଆଁ ଲଗାଇ ଦେଇଥିଲେ। ମୁର୍ଶିଦାବାଦ ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ମୋଟ ୧୧୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button