ଦେଶ ବିଦେଶ

ଆତଙ୍କୀ ହମଲାରେ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ

ସଂଚାର ବ୍ୟୁରୋ: ଜମ୍ମୁ ଓ କାଶ୍ମୀର ପହଲଗାଓଁ ଆତଙ୍କବାଦୀ ଆକ୍ରମଣରେ ଭାରତୀୟ ବାୟୁସେନାର ଜଣେ କର୍ପୋରାଲଙ୍କ ମୃତ୍ୟୁ। ମୃତକ ବାୟୁସେନା ଅଧିକାରୀ ହେଉଛନ୍ତି ଟେଜ୍ ହାଇଲ୍ୟାଙ୍ଗ। ଅରୁଣାଚଳ ପ୍ରଦେଶର ନିବାସୀ ହାଇଲ୍ୟାଙ୍ଗ ପତ୍ନୀଙ୍କ ସହ ବୁଲିବାକୁ ଯାଇଥିଲେ। କର୍ପୋରାଲ ହାଇଲ୍ୟାଙ୍ଗ ଶ୍ରୀନଗରରେ ଥିବା ଭାରତୀୟ ବାୟୁସେନା ପ୍ରତିଷ୍ଠାନରେ ନିୟୋଜିତ ଥିଲେ। ହାଇଲାଙ୍ଗ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ। ୩୦ ବର୍ଷୀୟ କର୍ପୋରାଲ ଟେଜ୍ ହାଇଲାଙ୍ଗ ଗତ ଡିସେମ୍ବରରେ ବାହାଘର ହୋଇଥିଲା। ବାହାଘର ସମୟରେ ଛୁଟି ନମିଳିବାରୁ ସେ ହନିମୁନ ଲାଗି ପହଲଗାଓଁ ଯାଇଥିଲେ। ହାଇଲ୍ୟାଙ୍ଗଙ୍କ ବାପା ଜଣେ ସରପଞ୍ଚ। ପୁଅର ମୃତ୍ୟୁ ଖବର ପ୍ରଚାର ପରେ ତାଙ୍କ ଘରେ ଲୋକଙ୍କ ଭିଡ଼ ଲାଗିଥିଲା। ହେଲିୟାଙ୍ଗଙ୍କ ଭାଇ ଟେଜ୍ ମାଲି ଭାରତୀୟ ସେନାରେ ମୁତୟନ ଅଛନ୍ତି।ସେ ବି ଶ୍ରୀନଗରରେ ମୁତୟନ ଅଛନ୍ତି। ଗତ ୭ରୁ ୮ ବର୍ଷ ତଳେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ।…

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button