ଓଡିଶା

ଆଦିବାସୀ ନାବାଳିକାଙ୍କୁ ଅପହରଣ ଉଦ୍ୟମ : ୬ ଗିରଫ

ସମ୍ବଲପୁରରେ ଦୁଷ୍କର୍ମ ପୀଡିତା ଆଦିବାସୀ ନାବାଳିକାକୁ ଅପହରଣ ଉଦ୍ୟମ । ଅପହରଣ ଉଦ୍ୟମ କରିଥିବା 6 ଜଣଙ୍କୁ ଗିରଫ କରିଛି ଜୁଜୁମରା ପୋଲିସ୍‌ । ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରିବାକୁ ଯୋଜନା ଥିବା ସୂଚନା । ଏନେଇ ଅଭିଯୁକ୍ତ କିଛି ଯୁବକଙ୍କୁ ସୁପାରି ଦେଇଥିବା ଜାଣିବାକୁ ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ନବ କିଶୋର ନାଏକ ବୋଲି ପୋଲିସ୍‌ର ସୂଚନା ।

2024ରେ ନବ ନାଏକ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ନବ ନାଏକ ଜୁଜୁମୁରା ପୋଲିସ ଦ୍ବାରା ଗିରଫ ହୋଇ ଜେଲ୍‌ ଯାଇଥିଲା । ଜେଲ୍‌ରୁ ମୁକୁଳିବା ପରେ ନାବାଳିକାକୁ ଅପହରଣ ପାଇଁ ସୁପାରି ଦେଇଥିଲା । ନାବାଳିକା ଜଣଙ୍କ ନବ ନାଏକ ଘରେ ସହାୟିକା ଭାବେ କାମ କରୁଥିଲେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button