ଦେଶ ବିଦେଶ

ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ-୪ ଲଞ୍ଚ୍

ନୂଆଦିଲ୍ଲୀ, ୧୦/୦୬ : ଆସନ୍ତାକାଲି ଲଞ୍ଚ ହେବ ଭାରତର ଆଶା ଓ ଆକାଂକ୍ଷାର ମିଶନ ଆକ୍ସିଓମ-୪ । ଆଜି ଲଞ୍ଚ୍ ହେବାର ଥିଲା । ଖରାପ ପାଗ ଯୋଗୁଁ ୧୧ ତାରିଖକୁ ଘୁଞ୍ଚିଲା । ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ୧୧ ତାରିଖ ଅପରାହ୍ଣ ସାଢ଼େ ୫ଟା ବେଳେ ମିସଲ ଲଞ୍ଚ ହେବ । ଏହି ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା । ଆମେରିକାର କେନେଡି ସ୍ପେଶ ସେଣ୍ଟରରୁ ଲଞ୍ଚ ହେବ ଆକ୍ସିଓମ-୪ ମିଶନ । ଏହି ମିଶନ ପାଇଁ ଆଜି ଫାଷ୍ଟ ଲଞ୍ଚ ରିହର୍ସାଲ ହୋଇଛି । ଇସ୍ରୋ ପକ୍ଷରୁ ଏହି ମିଶନରେ ୧୦ଟି ପ୍ରମୁଖ ପରୀକ୍ଷଣ ହେବ । ଏଥିରେ ମାଂସପେଶୀ କୋଶିକା ପୁନଃଗଠନ, ମୁଗ ଓ ମେଥି ଭଳି ୬ଟି ଶସ୍ୟର ଅଙ୍କୁରୋଦଗମ, ଶୈବାଳର ବିକାଶ, ଟାର୍ଡିଗ୍ରେଡ ବା ଜଳ ଭାଲୁର ଜୀବନଚକ୍ର ଓ ବଂଶବୃଦ୍ଧି, ମାଇକ୍ରୋଗ୍ରାଭିଟି ବା ନଗଣ୍ଯ ମାଧ୍ୟାକର୍ଷଣ ଶକ୍ତିରେ ପ୍ରଯୁକ୍ତି ମାଧ୍ୟମରେ ଯୋଗାଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସାମିଲ ରହିଛି । ଭାରତର ଆଗାମୀ ଗଗନାୟାନ ମିଶନ ପାଇଁ ଆକ୍ସିଓମ-୪ ମିଶନ ପରୀକ୍ଷଣରେ ବେଶ ଗୁରୁତ୍ୱ ରହିଛି। ଏଥି ସହିତ ଏହି ଆକ୍ସିଓମ-୪ ମିଶନରେ କମାଣ୍ଡର ପେଗି ହ୍ବିଟସନ୍, ପାଇଲଟ ଶୁକ୍ଲା ଏବଂ ହଙ୍ଗେରୀର ବିଶେଷଜ୍ଞ ଟିଗୋର କାପୁ ଏବଂ ପୋଲାଣ୍ଡର ସ୍ଲାଭୋଜ୍ ଉଜ୍ଞାନସ୍କି-ୱିସ୍ନିୱସ୍କି ସାମିଲ ଅଛନ୍ତି । ଏହା ୧୪ଦିନିଆ ମିଶନ ରହିବ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button