ସ୍ୱାସ୍ଥ୍ୟ

ବର୍ଷାଦିନେ ପିଅନ୍ତୁ ନାହିଁ ଅତ୍ୟଧିକ ଅଦା ଚା’, ଭୋଗିପାରନ୍ତି ଏସବୁ ସମସ୍ୟା

ବର୍ଷାଦିନରେ ଅଧିକାଂଶ ଲୋକ ଅଦା ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଅଦା ଚା’ ଥଣ୍ଡା ଦୂର କରିବା ସହ ହଜମ ପ୍ରକ୍ରିୟାକୁ ସହଜ କରେ। ମାତ୍ର ଆବଶ୍ୟକତାରୁ ଅଧିକ ଅଦା ଚା’ ପିଇଲେ ଏହା ଶରୀର ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି।

 

 ଜାଣନ୍ତୁ ଅତ୍ୟଧିକ ଅଦା ଚା’ ପିଇଲେ କେଉଁ ସମସ୍ୟା ସୃଷ୍ଟି ହୋଇଥାଏ…

ରକ୍ତଚାପ : ରକ୍ତଚାପ ସମସ୍ୟା ଥିବା ଲୋକମାନେ ଚା’ରେ ଅଦାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇ ପିଇବା ଉଚିତ୍‌। ଶର୍କରାର ମାତ୍ରାକୁ କମାଇ ଦେଇଥାଏ। ତେଣୁ ନିମ୍ନ ରକ୍ତଚାପ ଥିବା ରୋଗୀ ଅଧିକ ଅଦା ଚା’ ପିଇବା ଉଚିତ ନୁହେଁ।

ନିଦ୍ରାହୀନତା : ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକମାନେ ମଧ୍ୟ ଅଧିକ ମାତ୍ରାରେ ଅଦା ଚା’ ପିଇବା ଅନୁଚିତ। କାରଣ ଏହି ଚା’ ପିଇଲେ ବାରମ୍ବାର ନିଦ୍ରା ଭଙ୍ଗ ହୋଇଥାଏ।

ଗର୍ଭବତୀ ମହିଳାଙ୍କୁ ଅଦା ଚା’ ମନା : ଗର୍ଭବତୀ ମହିଳାମାନେ ଅତ୍ୟଧିକ ଅଦା ଚା’ ପିଇଲେ ପେଟରେ ଯନ୍ତ୍ରଣା ହେବା ସହ ଗର୍ଭସ୍ଥ ଶିଶୁ ପାଇଁ ଏହା ହାନିକାରକ ହୋଇଥାଏ। ତେଣୁ ଅଦା ଚା’ଠାରୁ ଦୂରେଇ ରହିବା ଉଚିତ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button