ଓଡିଶା

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ଆଜିଠାରୁ ୩୦ ଯାଏ ରାଜ୍ୟରେ ପ୍ରବଳରୁ ଅତି ବର୍ଷା

ଭୁବନେଶ୍ୱର, ୨୭/୦୫ : ଆସୁଛି ଲଘୁଚାପ । ଆଜିଠାରୁ ୩୦ ଯାଏ ପ୍ରବଳରୁ ଅତି ବର୍ଷା ସମ୍ଭାବନା । ୨୯ ରୁ ୧ ଯାଏ ବର୍ଷା ସହ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ଆଜି ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଲଘୁଚାପ ସୃଷ୍ଟି ହେବାର ୨ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ନେଇ ପୂର୍ବାନୁମାନ କରିଛି ବିଭାଗ। ଏହାସହ ଏକ ଟ୍ରପ ଲାଇନ ମଧ୍ୟ ସକ୍ରିୟ ରହୁଛି। ପ୍ରଭାବରେ ୨୭ ତାରିଖରୁ ୩୦ ତାରିଖ ଯାଏ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ମୌସୁମୀ ଅଗ୍ରସରକୁ ଆହୁରି ସକ୍ରିୟ କରିବ। ସକ୍ରିୟ ରହିଲେ ଓଡ଼ିଶାରେ ମୌସୁମୀ ଆଗମନ ନେଇ ସ୍ଥିତି ଅନୁକୂଳ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଜୁନ ୧ ପରେ ବଦଳି ପରେ ପାଗ । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ନୟାଗଡ, ପୁରୀ, ଖୋର୍ଦ୍ଧା ଗଂଜାମ , ବୌଦ୍ଧ , ସୋନପୁର, ବଲାଙ୍ଗୀର ଓ ନୟାଗଡ ଜିଲ୍ଲାକୁ ବିଜୁଳି ଘଡଘଡି ସହ ହଳୁକାରୁ ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ ନବରଙ୍ଗପୁର, ରାୟଗଡା, ଗଜପତି ,କଳାହାଣ୍ଡି ଓ କନ୍ଧମାଳ ଏହି ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ୨୮ ଓ ୨୯ ତାରିଖରେ ସମସ୍ତ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା କୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୬ ଜିଲ୍ଲାକୁ ପ୍ରବଳ ବର୍ଷା ସହ ୨ ଜିଲ୍ଲାକୁ ଅତିପ୍ରବଳ ସହ ଅବଶିଷ୍ଟ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button