ବ୍ରେନ୍ ଷ୍ଟ୍ରୋକ୍ : ମହିଳା ନା ପୁରୁଷ କାହା ନିକଟରେ ଥାଏ ଅଧିକ ଭୟ, ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ବର୍ତ୍ତମାନର ପରିବର୍ତ୍ତନଶୀଳ ଜୀବନଶୈଳୀ, ମାନସିକ ଦୁଃଶ୍ଚିନ୍ତା, ଭୁଲ୍ ଖାଦ୍ୟପେୟର ଅଭ୍ୟାସ କାରଣରୁ ବ୍ରେନ୍ ଷ୍ଟ୍ରୋକ୍ର ମାମଲା ବୃଦ୍ଧି ପାଉଥିବା ଦେଖାଯାଉଛି । ମାତ୍ର ଆପଣ ଜାଣନ୍ତି କି ବ୍ରେନ୍ ଷ୍ଟ୍ରୋକ୍ର ବିପଦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ନିକଟରେ ହେବାର ଅଧିକ ସମ୍ଭାବନା ଥାଏ । ଅନେକ ଗବେଷଣା ଓ ମେଡିକାଲ୍ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି ବୋଲି ଜଣାପଡିଛି ।
ବିଶେଷଜ୍ଞଙ୍କ ମତରେ ମହିଳାଙ୍କ ନିକଟରେ ଷ୍ଟ୍ରୋକ୍ର ଭୟ ବୟସ ଅନୁସାରେ ବୃଦ୍ଧି ପାଇଥାଏ । ବିଶେଷ କରି ହରମୋନ୍ରେ ପରିବର୍ତ୍ତନ, ଗର୍ଭନିରୋଧକ ବଟିକାର ସେବନ, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଆଦି କାରଣରୁ ବ୍ରେନ୍ ଷ୍ଟ୍ରୋକ୍ର ସମ୍ଭାବନା ଅଧିକ ଥାଏ । ଏହାବ୍ୟତୀତ ଅତ୍ୟଧିକ ମାନସିକ ଦୁଃଶ୍ଚିନ୍ତା, ମାଇଗ୍ରେନ୍ ଓ ଅନ୍ୟାନ୍ୟ ସ୍ଥିତି କାରଣରୁ ମଧ୍ୟ ଏହାର ସମ୍ଭାବନା ଥାଏ ।
ଆରମ୍ଭର ଏହି ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା : ଷ୍ଟ୍ରୋକ୍ ହଠାତ୍ ହୋଇଥାଏ । ମାତ୍ର ପୂର୍ବରୁ କିଛି ଲକ୍ଷଣ ସାମ୍ନାକୁ ଆସିଥାଏ । ଏହି ଆରମ୍ଭ ଲକ୍ଷଣକୁ ଅଣଦେଖା ନକଲେ ଜୀବନ ପ୍ରତି ଥିବା ବିପଦକୁ ଦୂର କରାଯାଇପାରିବ, ଜାଣନ୍ତୁ ଏହି ସଙ୍କେତ ବିଷୟରେ..
* ତ୍ୱଚାର ଗୋଟିଏ ପାଖରେ ହଠାତ୍ ପରିବର୍ତ୍ତନ ଦେଖାଯିବା କିମ୍ବା ବଙ୍କା ହେବା ଭଳି ଅନୁଭବ ହେବା
* ଗୋଟିଏ କିମ୍ବା ୨ଟି ହାତରେ ଅତ୍ୟଧିକ ଦୁର୍ବଳତା ଅନୁଭବ ହେବା
* କଥା କହିବା କିମ୍ବା ବୁଝିବାରେ ସମସ୍ୟା ହେବା
* ଅତ୍ୟଧିକ ମୁଣ୍ଡ ବିନ୍ଧା
* ହଠାତ୍ ଦୃଷ୍ଟିଶକ୍ତି ହ୍ରାସ ପାଇବା
* ଚାଲିବା ସମୟରେ କିମ୍ବା ଅନ୍ୟ ସମୟରେ ମୁଣ୍ଡ ବୁଲାଇବା