ସ୍ୱାସ୍ଥ୍ୟ

କଟା ପିଆଜ ଫ୍ରିଜ୍‌ରେ ରଖିବା ହାନିକାରକ

ଖାଇବାରେ ପିଆଜର ବ୍ୟବହାର ଅଧିକ ହୋଇଥାଏ। ପିଆଜ ବିନା ଖାଦ୍ୟର ସ୍ବାଦ ଯେମିତି ପାଣିଚିଆ ହୋଇଯାଏ। ପ୍ରାୟ ସମସ୍ତ ଭାରତୀୟ ନିଜ ରୋଷେଇରେ ପିଆଜର ଉପଯୋଗ କରିଥାନ୍ତି। ବିଶେଷକରି ସାଲାଡରେ ଏହାର ବ୍ୟବହାର ଅଧିକ ହୋଇଥାଏ। ତେବେ ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱଏବଂ ଆଣ୍ଟି ଇନ୍‌ଫ୍ଲେମେଟ୍ରି ଗୁଣ ହୃଦୟ ଏବଂ ପାକସ୍ଥଳୀ ପାଇଁ ବେଶ୍‌ ଫାଇଦା ପ୍ରଦାନ କରିଥାଏ। କିନ୍ତୁ ଏହାର ଦୈନନ୍ଦିନ ବ୍ୟବହାରରେ ଅନେକ ଲୋକ କଟା ପିଆଜକୁ ଫ୍ରିଜ୍‌ରେ ରଖିବାରେ ଅଭ୍ୟସ୍ତ ଥାନ୍ତି। ଏପରିକି ରୋଷେଇରେ ବ୍ୟବହାର ହେବା ପରେ ଯଦି ପିଆଜ ବଳକା ରହିଯାଏ, ତାକୁ ବି ଫ୍ରିଜ୍‌ରେ ରଖିଦିଅନ୍ତି। ଯଦି ଆପଣ ବି ଏଭଳି କରୁଛନ୍ତି, ତେବେ ସାବଧାନ
ହୋଇଯାଆନ୍ତୁ। ବୈଜ୍ଞାନିକଙ୍କ ଅନୁସାରେ ଫ୍ରିଜ୍‌ରେ ଷ୍ଟୋର୍‌ ଥିବା କଟା ପିଆଜ ସେବନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବୈଜ୍ଞାନିକଙ୍କ ଅନୁସାରେ, କଟା ପିଆଜ ଖୁବଶୀଘ୍ର ଖରାପ ହୋଇଥାଏ। ଏଥିରେ ଖୁବ୍‌ଶିଘ୍ର ବ୍ୟାକ୍ଟେରିଆ ଘର କରିଦିଅନ୍ତି, ଯାହାର ସେବନ ଶରୀର ପାଇଁ ହାନିକାରକ ହୋଇପଡ଼େ। ଏହି ବ୍ୟାକ୍ଟେରିଆ ଶରୀରକୁ ଯିବା ଦ୍ୱାରା ପାଚନ କ୍ରିୟାରେ ଗଡ଼ବଡ଼ ହେବା ସହ ହୃଦୟ ଏବଂ ପାକସ୍ଥଳୀ ଉପରେ କୁପ୍ରଭାବ ପକାଇଥାନ୍ତି। ଏକ ଗବେଷଣାରୁ ବୈଜ୍ଞାନିକମାନେ ଏହା ଜାଣିବାକୁ ପାଇଛନ୍ତି। ଏଣୁ ପିଆଜକୁ କାଟିବା ମାତ୍ରକେ ତୁରନ୍ତ ରୋଷେଇରେ ବ୍ୟବହାର କରିବା ପାଇଁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button