ଦେଶ ବିଦେଶ
କାର- ବାଇକ୍ ମୁହାଁମୁହିଁ ଧକ୍କା

ସଂଚାର ବ୍ୟୁରୋ: ସାଲେପୁର କଟକ ମୁଖ୍ୟ ରାସ୍ତା ଶିଶୁଆ ବଜାର ନିକଟରେ କାର ସହିତ ବାଇକ୍ ମୁହାଁ ମୁହିଁ ଧକ୍କା । ଦୁର୍ଜଘଟଣାରେ ଜଣେ ଗୁରୁତର ହୋଇଛନ୍ତି । କଟକ ଆଡୁ ସାଲେପୁର ଅଭିମୁଖେ କାରଟି ଯାଉଥିବା ବେଳେ କେନ୍ଦ୍ରାପଡ଼ା ଆଡୁ କଟକ ଅଭିମୁଖେ ଯାଉଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଗୁରୁତର ବାଇକ ଚାଳକଙ୍କର କୌଣସି ପରିଚୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଚଳାଇଛନ୍ତି ।