ଦେଶ ବିଦେଶ

କୁଆ ପଥର ମାଡ଼ରେ କ୍ଷତିଗ୍ରସ୍ତ ଭାରତୀୟ ବିମାନକୁ ପାକିସ୍ତାନରେ ଜରୁରୀ ଅବତରଣ ପାଇଁ ପାକ ଦେଲାନି ଜାଗା

କୁଆ ପଥର ମାଡ଼ରେ କ୍ଷତିଗ୍ରସ୍ତ ଭାରତୀୟ ବିମାନକୁ ପାକିସ୍ତାନରେ ଜରୁରୀ ଅବତରଣ ପାଇଁ ପାକ ଦେଲାନି ଜାଗା। ହେଲେ IAF କରାଇଲା କ୍ଷତିଗ୍ରସ୍ତ ବିମାନର ସୁରକ୍ଷିତ ଅବତରଣ। ଏନେଇ ସୂଚନା ଦେଇଛି ଭାରତୀୟ ବାୟୁସେନା । ବୁଧବାର ଦିନ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ବିମାନ 6E 2142 ପ୍ରବଳ କୁଆପଥର ବର୍ଷା ଏବଂ କୁଆ ପଥର ମାଡ଼ର ଶିକାର ହୋଇଥିଲା । ବିମାନକୁ ପାକିସ୍ତାନର ଆକାଶ ସୀମାରେ ପ୍ରବେଶ କରିବାକୁ ଅନୁମତି ମିଳିଲା ନାହିଁ। ଫଳରେ ୨୨୭ ଜଣ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା ।ହେଲେ ଭାରତୀୟ ବାୟୁସେନା ବିମାନକୁ ସୁରକ୍ଷିତ ଅବତରଣ କରିବାରେ ସହାୟତା କରିଥିଲା। ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା NOTAM A0220/25 ଅନୁଯାୟୀ, ଭାରତରେ ପଞ୍ଜିକୃତ ବେସାମରିକ ଏବଂ ସାମରିକ ବିମାନ ପାଇଁ ପାକିସ୍ତାନୀ ଆକାଶ ସୀମା ବନ୍ଦ ଅଛି । ଏହା ଗତ 23 ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଏହି ଆଧାରରେ ଲାହୋର ATC ଅନୁମତି ଦେଇ ନଥିଲା। ତେବେ ଜରୁରୀ ପରିସ୍ଥିତି ପାକିସ୍ତାନର ଏଭଳି ଅଚରଣକୁ ସବୁ ମହଲରେ ନିନ୍ଦା କରାଯାଇଛି। ଏହି ଘଟଣା ପରେ ପାକିସ୍ତାନକୁ ୨୩ ଜୁନ ଯାଏଁ ଏୟାର ସ୍ପେସ ମନା କରାଯାଇଛି। ଫଳରେ ଭାରତୀୟ ଏୟାର ସ୍ପେସରେ ଉଡିପାରିବନି ପାକ୍ ଯାତ୍ରୀବାହୀ ବିମାନ।….

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button