ଓ୍ୱାର-ଟୁ ଟିଜର: ଫ୍ୟାନ୍ସଙ୍କ ହୋସ ଉଡ଼ାଇଲା

ସ୍ପାଏ ଥ୍ରୀଲର ଫିଲ୍ମ ଓ୍ୱାର-ଟୁ ଚଳିତ ସିଜିନର ମୋଷ୍ଟ ଅପେକ୍ଷାରତ ଫିଲ୍ମ। ଆଉ ଏହାର ପ୍ରଥମ ଝଲକ ଆସିବା ପରେ ଫ୍ୟାନ୍ସ ପୁରା ପାଗଳ। ହ୍ରିତିକ ରୋଷନ ଅଭିନୀତି ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ମୁଭିରେ ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ବଲିଉଡରେ ଡେବ୍ୟୁ କରୁଛନ୍ତି। ସବୁବେଳେ ହିରୋ ସାଜି ବଡ଼ ପରଦାରେ ଧମାଲ କରୁଥିବା ଜୁନିଅର ଏନଟିଆର ଏବେ ଭିଲିୟାନ ଭୂମିକାରେ ନଜରକୁ ଆସିବେ। ଏମିତିରେ ଆଜି ଜୁନିୟର ଏନଟିଆରଙ୍କ ବାର୍ଥଡେ। ଆଉ ବାର୍ଥଡେରେ ଫିଲ୍ମ ମେକର ଓ୍ୱାର-ଟୁ ଟିଜର ରିଲିଜ କରିଛନ୍ତି। ଦେଢ଼ ମିନିଟର ଏହି ଟିଜରରେ ଏନଟିଆର ଓ ହ୍ରିତିକ ଦମଦାର ଆକ୍ସନରେ ଦର୍ଶକଙ୍କ ମନ ଜିତିନେଲେଣି। ଫିଲ୍ମରେ ଗୋଟିଏ ଗୋଟିଏ ସିନ୍ ଫ୍ୟାନ୍ସଙ୍କୁ ଆମ୍ୟୁଜ୍ କଲା ଭଳି କାଫି ମସାଲା ରହିଛି। ଟିଜର ରିଲିଜ ସହ ଏହି ଆକ୍ସନ ଫିଲ୍ମର ରିଲିଜ ଡେଟ୍ ବି ଘୋଷଣା କରିଛନ୍ତି ଫିଲ୍ମ ନିର୍ମାତା। ଅଗଷ୍ଟ ୧୪ ସ୍ୱତନ୍ତ୍ରତା ଦିବସ ଓ୍ୱିକେଣ୍ଡରେ ଏହା ରିଲିଜ ହେବ। ଏନଟିଆର ଓ ହ୍ରିତିକଙ୍କ କମ୍ୱୋ ଫ୍ୟାନ୍ସଙ୍କୁ ଏକ୍ସାଇଟମେଣ୍ଟ କରିଦେଲାଣି। ଟ୍ରେନର ଛାତରୁ ନେଇ ବିମାନ ଯାଏ। ହ୍ରିତିକ ଏଥର ନିଜର ଫେମସ ଷ୍ଟାଇଲ କବିର ରୂପରେ କମବ୍ୟାକ କରିଥିଲା ବେଳେ ଏଥର ତାଙ୍କର ମୁକାବିଲା ସାଉଥର ପାୱାରହାଉସ ଏନଟିଆରଙ୍କ ସହ ଅଛି। ଏହି ଦୁଇ ସୁପରଷ୍ଟାରଙ୍କ ଲଢ଼େଇ ସମସ୍ତଙ୍କ ହୋସ୍ ଉଡ଼ାଇଦେଲାଣି। କିଆରା ଆଡଭାନୀଙ୍କୁ ବି ପ୍ରଥମ ଥର ତାଙ୍କ ଫ୍ୟାନ୍ସ ବିକିନି ସଟରେ ଦେଖିବାକୁ ପାଇବେ। ଫ୍ୟାନ୍ସ ତ କହିଲେଣି, ପଠାନ ଓ ଆରଆରଆରଠୁ ବି ବଡ଼ ବ୍ଲକବଷ୍ଟର ସାଜିବ ଓ୍ୱାର-ଟୁ। ଡାଇରେକ୍ଟର ଅୟାନ ମୁଖାର୍ଜୀଙ୍କ ନିର୍ଦେଶିତ ଫିଲ୍ମ ଓ୍ୱାର ୨୦୧୯ର ଏହା ସିକ୍ୱେଲ ଅଟେ। ୨୦୧୯ରେ ଟାଇଗର ଶ୍ରୋଫଙ୍କ ସହ ଆସିଥିଲେ ହ୍ରିତିକ। ଏମାନଙ୍କ ଆକ୍ସନ ଥ୍ରିଲର ଯୋଡ଼ି ବକ୍ସ ଅଫିସରେ ଜବରଦସ୍ତ ଧମାଲ କରିଥିଲା। ସିଦ୍ଧାର୍ଥ ଆନନ୍ଦ ଏହାର ଡାଇରେକ୍ସନ ଦେଇଥିଲା ବେଳେ ୟଶରାଜ ଫିଲ୍ମ ବ୍ୟାନରରେ ତିଆରି ଏହି ଫିଳ୍ମ ଓ୍ୱାର୍ଲଡଓ୍ୱାଇଡ୍ ୪୭୧ କୋଟି ଟଙ୍କା କଲେକ୍ସନ କରିଥିଲା। ଓ୍ୱାର-ଟୁର ବଜେଟ ପ୍ରାୟ ୨ଶହ କୋଟି। ଓ୍ୱାର-ଟୁ ମୁଭି ପାଇଁ ହ୍ରିତିକ ୪୮ କୋଟି, ଜୁନିଅର ଏନଟିଆର ୩୦ କୋଟି ଓ କିଆରା ଆଡଭାନୀ ୧୫ କୋଟି ଟଙ୍କା ଚାର୍ଜ କରିଥିବା କୁହାଯାଇଛି। ଡାଇରେକ୍ଟର ଆୟନ ମୁଖାର୍ଜୀ ୩୨ କୋଟି ଟଙ୍କା ଚାର୍ଜ କରିଥିଲେ। ଓ୍ୱାର-ଟୁ ୬ଟି ଦେଶରେ ସୁଟିଂ ହୋଇ ୫ ମାସ ଭିତରେ ଶେଷ ହୋଇଛି। ସ୍ପେନ, ଇଟାଲୀ, ଆବୁଧାବି, ଜାପାନ,ଋଷିଆ ଓ ଭାରତରେ ସୁଟିଂ ଲୋକେସନ ବଛାଯାଇଥିଲା। ୟସରାଜ ସ୍ପାଏ ୟୁନିଭର୍ସ ବ୍ୟାନରରେ ଏହା ହେଉଛି ପଞ୍ଚମ ଫିଲ୍ମ। ୨୦୧୨ରେ ଏକ ଥା ଟାଇଗର, ୨୦୧୭ରେ ଟାଇଗର ଜିନ୍ଦା ଥା, ୨୦୧୯ରେ ଓ୍ୱାର, ୨୦୨୩ରେ ପଠାନ ହୋଇଥିଲା। ତେବେ ଅତୀତର ଏ ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ୟସଜାର ମୁଭି ଆଶା ରଖିଛି।