ଓଡିଶା

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ। ଗୋଟିଏ କ୍ଲିକରେ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର ୨୫ କୋଟି ଟଙ୍କା ବଣ୍ଟନ କରାଗଲା । ଚାଷୀ ଆୟ ଓ ଜଳସେଚନକୁ ନେଇ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ କହିଲେ, ଅନେକ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ଦେବାରୁ ବଞ୍ଚିତ ରଖିଥିଲେ ବିଜେଡି ସରକାର ।
ଚାଷୀ ଆୟ ଓ ଜଳସେଚନକୁ ନେଇ ପୂର୍ବ ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । କହିଲେ, ଅନେକ ଯୋଗ୍ୟ ଚାଷୀଙ୍କୁ ସହାୟତା ରାଶି ପାଇବାରୁ ବଞ୍ଚିତ ରଖିଥିଲେ ପୂର୍ବ ସରକାର। ଗତ ବର୍ଷ 46 ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ମିଳିଥିଲା ।
ତେବେ ଏଥର ବଞ୍ଚିତ ହେଉଥିବା ଆହୁରି ୫ ଲକ୍ଷ ଚାଷୀଙ୍କୁ ଯୋଜନାରେ ସାମିଲ କରାଯାଇ ସହାୟତା ରାଶି ଦିଆଗଲା । ଏଥର ସହରାଞ୍ଚଳ ଚାଷୀଙ୍କୁ ମଧ୍ୟ ସିଏମ୍ କିଷାନ ଯୋଜନାରେ ସାମିଲ କରାଯାଇଛି । ଚାଷୀଙ୍କ ଆୟ ଦୁଇ ଗୁଣିତ କରିବା ଦିଗରେ ଓଡ଼ିଶା ପଛରେ ଅଛି । ଅନ୍ୟ ରାଜ୍ୟ ତୁଳନାରେ ତଳ ଆଡୁ ଦ୍ଵିତୀୟ ସ୍ଥାନରେ ଅଛି ଓଡ଼ିଶା ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button