ଦେଶ ବିଦେଶ
ଜମ୍ମୁକାଶ୍ମୀରରେ ପ୍ରଳୟ ରଚିଛି ଲଗାଣ ବର୍ଷା

ସଂଚାର ବ୍ୟୁରୋ: ବର୍ଷା ଆଣିଲା କାଳ । ଜମ୍ମୁକାଶ୍ମୀରରେ ପ୍ରଳୟ ରଚିଛି ଲଗାଣବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ସହ ଭୁସ୍ଖଳନ ଘଟିଛି । ରବିବାର ରାମବଣ ଅଞ୍ଚଳରେ ପାହାଡ଼ ଧସିବାରୁ ୩ଜଣଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ କାଦୁଅ ପାଣିରେ ଭାସିଯାଇଛନ୍ତି । ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଁଚି ସର୍ଚ୍ଚ ଅପରେସନ ଜାରି ରଖିଛି । ଜମ୍ମୁ-କାଶ୍ମୀରର ରାମବଣ ଅଞ୍ଚଳରେ ଶନିବାର ରାତିରେ କୁଆପଥର ବର୍ଷା, ପବନ ଓ ଭୂସ୍ଖଳନ ହୋଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଅନେକ ଲୋକଙ୍କ ଘର ତଥା ଧନ ସମ୍ପତ୍ତି ନଷ୍ଟ ହୋଇଛି । ଜାତୀୟ ରାଜପଥ ଅବରୋଧ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।