ଜାମ୍ମୁକାଶ୍ମୀରରେ ୨ ଆତଙ୍କବାଦୀ ଗିରଫ : ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୨୯/୦୫: କଶ୍ମୀରର ଶୋପିଆନରେ ସେନା,ପୁଲିସ ଏବଂ ସିଆରପିଏଫର ମିଳିତ ଅପରେସନରେ ଦୁଇ ଜଣ ଲସ୍କର-ଏ-ତୋଏବା ସହିତ ଜଡିତ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ । ଏଥିସହ ସୋନଙ୍କ ଠାରୁ ଦୁଇଟି ଏକେ-୫୬ ରାଇଫଲ୍, ଚାରୋଟି ମାଗାଜିନ୍, ଦୁଇଟି ହାତ ଗ୍ରେନେଡ୍ ଆଦି ଜବତ କରାଯାଇଛି। ସେପଟେ ଗିରଫ ଆତଙ୍କବାଦୀଙ୍କ ବିରୁଦ୍ଧରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ୧୭୮ ବାଟାଲିୟନ ସିଆରପିଏଫ ସହିତ ସମନ୍ୱୟରେ ବାସ୍କୁଚାନରେ ଏକ ସିଏଏସଓ ଆରମ୍ଭ କରାଯାଇଥିଲା। ଅଞ୍ଚଳକୁ ପ୍ରଭାବଶାଳୀ ଭାବରେ ଘେରାବନ୍ଦୀ କରାଯାଇଥିଲା। ଏଥିସହ ନିକଟସ୍ଥ ଏକ ବଗିଚାରେ ଆତଙ୍କବାଦୀଙ୍କ ଗତିବିଧି ପରିଲକ୍ଷିତ ହୋଇଥିଲା। ପ୍ରକାଶ ଥାଉକି,୨୨ ଏପ୍ରିଲରେ ଲସ୍କର-ଏ-ତୈବା ଆତଙ୍କବାଦୀମାନେ ପହଲଗାମରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ଘୋଡ଼ା ମାଲିକଙ୍କ ସମେତ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବା ପରେ ସେନା, ପୋଲିସ ଏବଂ CRPF ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆକ୍ରମଣାତ୍ମକ ଭାବରେ ତୀବ୍ର କରିଛନ୍ତି।