ସ୍ୱାସ୍ଥ୍ୟ

ଏହିସବୁ ରୋଗୀ ଖାଆନ୍ତୁ ନାହିିଁ ଆମ୍ବ: ଜାଣନ୍ତୁ କ’ଣ ଉପୁଜିଥାଏ ସମସ୍ୟା

ଫଳର ରାଜା ଆମ୍ବ, ଯାହାକୁ ଖାଇବାକୁ ଅଧିକାଂଶ ଲୋକଙ୍କୁ ପସନ୍ଦ ହୋଇଥାଏ। ପୋଟାସିୟମ, କପର ଓ ଆଇରନରେ ଭରପୂର ଆମ୍ବ ଯେ ସମସ୍ତଙ୍କ ପାଇଁ ଲାଭଜନକ ହୋଇଥାଏ ତାହା ଭାବିବା ଭୁଲ। କାରଣ ଆମ୍ବରୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତେବେ ସେନେଇ କେତେ ଜଣଙ୍କୁ ଆମ୍ବ ଖାଇବାକୁ ବାରଣ ହୋଇଥାଏ। ପେଟ ରୋଗୀଙ୍କୁ ଆମ୍ବ ଖାଇବା ଅନୁଚିତ ଏ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଅଧିକ ଆମ୍ବ ଖାଇବା ଫଳରେ ଲୁଜ୍‌ ମୋଶନ ହୋଇଥାଏ। ଆମ୍ବ ଖାଇବାରେ ତ୍ୱଚା ସମସ୍ୟା ମଧ୍ୟ ଦେଖାଯାଇଥାଏ। ଆମ୍ବ ନସିରୁ ଖଣ୍ଡିଆ ହେବାର ଆଶଙ୍କା ଦେଖାଯାଇଥାଏ। ଆମ୍ବ ଦେଖିବା ମାତ୍ରେ କିଛି ଲୋକ ନିଜକୁ ନିୟନ୍ତ୍ରିତ ରଖିପାରି ନ ଥାନ୍ତି। ସେମାନଙ୍କୁ, ତାହାଠାରୁ ଦୂରେଇ ରହିବା ଉଚିତ। ତେବେ ନଳୀରେ ଘା ହୋଇଥିବା ଲୋକ, ଗ୍ୟାଷ୍ଟ୍ରିକ ସମସ୍ୟା ହୋଇଥିବା ଲୋକ ଏହାଠାରୁ ଦୂରେଇ ରହିବା ଜରୁରୀ। ଅନ୍ୟପକ୍ଷେ, ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକ ଓ ମଧୁମେହ ଲୋକ ମଧ୍ୟ ଏହାଠାରୁ ଦୂରେଇ ରହିବା ଜରୁରୀ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button