ଜୀବନଶୈଳୀ
ଧାର୍ମିକ ଯାତ୍ରାରେ ଦଳାଚକଟା : ୭ ମୃତ

ସଂଚାର ବ୍ୟୁରୋ: ଧାର୍ମିକ ଯାତ୍ରାରେ ଦଳାଚକଟା। ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଅଧିକ ଆହତ ହୋଇଛନ୍ତି। ଗୋଆ ଶ୍ରୀ ଲେରାଇ ଯାତ୍ରାରେ ଦଳାଚକଟା ହୋଇଛି। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଶିବଗାଓଁରେ ପ୍ରତିବର୍ଷ ଅନୁଷ୍ଠିତ ହୁଏ ଯାତ୍ରା। ଏହି ଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଅନେକଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆକଳନ କରାଯାଉଛି।