ଦେଶ ବିଦେଶ

ପହଲଗାଓଁ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧସ୍ଥିତି

ସଂଚାର ବ୍ୟୁରୋ: ପହଲଗାଓଁ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧସ୍ଥିତି । ସୀମାରେ ଚାଲିଛି ଗୁଳିବିନିମୟ । ବାତିଲ ହୋଇଛି ସିନ୍ଧୁ ଜଳ ଚୁକ୍ତି । ସେପଟେ ପାକିସ୍ତାନ ନିକଟରେ ରହିଥିବା ଆଣବିକ ଅସ୍ତ୍ରକୁ ନେଇ ଜାରି ରହିଛି ସସପେନ୍ସ । ନ୍ୟୁକ୍ଲିୟର ବଟନ କାହା ହାତରେ ତାହାକୁ ନେଇ ଅନେକ ପ୍ରଶ୍ନ । ପାକିସ୍ତାନ ନିକଟରେ 170 ଆଣବିକ ଅସ୍ତ୍ର ରହିଛି ବୋଲି ସୂଚନା ମିଳୁଛି । ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନ ପରି ଏକ ଅସ୍ଥିରପ୍ରବଣ ଦେଶରେ ଆଣବିକ ନିୟନ୍ତ୍ରଣ କାହା ହାତରେ । ସାଧାରଣତଃ ଆଣବିକ ଅସ୍ତ୍ର ଉପଯୋଗ କ୍ଷମତା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରହିଥାଏ । ନ୍ୟୁକ୍ଲିୟର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ବା NCCS ପର୍ଯ୍ୟବେକ୍ଷଣରେ ଏହା ରହିଥାଏ । ଆଣବିକ ଅସ୍ତ୍ର ପ୍ରୟୋଗ ସମ୍ପର୍କରେ ମିଳିତ ନିଷ୍ପତ୍ତି ନେଇଥାନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ।

ତେବେ ନିରାପତ୍ତା ଲାଗି ଦାୟିତ୍ବ ନେଇଥିବା ମିଲିଟାରୀର ଭୂମିକା ଏକ୍ଷେତ୍ରରେ ରହିଥାଏ । ଭାରତର ପ୍ରଥମ ଆଣବିକ ପରୀକ୍ଷା 1974ରେ ହେବା ପରେ ପ୍ରତିଯୋଗିତା କରିବା ଲାଗି ପାକିସ୍ତାନ ଆରମ୍ଭ କରିଥିଲା ପ୍ରସ୍ତୁତି । 1998ରେ ଭାରତର ପୋଖରାନ ପରୀକ୍ଷଣ ପରେ କ୍ୟୁବା ଓ ଚୀନର ସହାୟତାରେ ପାକିସ୍ତାନ ପ୍ରଥମ ଥର ଲାଗି ସେହିବର୍ଷ ଆଣବିକ ପରୀକ୍ଷା କରିଥିଲା । ସେହିବର୍ଷଠାରୁ ପାକିସ୍ତାନ ଜୋରଦାର ଆଣବିକ କାର୍ଯ୍ୟକ୍ରମରେ ଲିପ୍ତ ରହିଛି । ପାକିସ୍ତାନର ଆଣବିକ ଅସ୍ତ୍ରର ନିରାପତ୍ତା ଦାୟିତ୍ବରେ ରହିଛି ନ୍ୟାସନାଲ କମାଣ୍ଡ ଅଥରିଟି ବା NCA ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜଏଣ୍ଟ ଚିଫ ଅଫ ଷ୍ଟାଫର ଅଧ୍ୟକ୍ଷ ଓ କିଛି ପ୍ରମୁଖ ଅଧିକାରୀଙ୍କୁ ନେଇ ଗଠିତ ହୋଇଛି ଏନସିଏ । ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବା SIPRIର ସୂଚନା ଅନୁସାରେ ଭାରତ ନିକଟରେ 172 ଓ ପାକିସ୍ତାନ ନିକଟରେ 170ଟି ଆଣବିକ ଅସ୍ତ୍ର ରହିଛି । ପାକିସ୍ତାନ ଆଣବିକ ଅସ୍ତ୍ର ନିରୋଧୀ ଚୁକ୍ତି ବା ଏନପିଟିରେ ସଦସ୍ୟ ନାହିଁ । ନୋ ଫାଷ୍ଟ ୟୁଜ ପଲିସି ବି ପାକିସ୍ତାନ ଗ୍ରହଣ କରିନାହିଁ । ଆବଶ୍ୟକସ୍ଥଳେ ପାକିସ୍ତାନ କ୍ଷେପଣାସ୍ତ୍ର ହେଉ କି ଆଣବିକ ଅସ୍ତ୍ର ପ୍ରୟୋଗ କରିବା ଲାଗି ସୂଚନା ଦେଇସାରିଛି । ଭାରତ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ ନ କଲେ ବି ପାକିସ୍ତାନ ପ୍ରଥମେ ଆଣବିକ ଅସ୍ତ୍ର ପ୍ରୟୋଗ କରିବା ଆଶଙ୍କା ରହିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button