ଜୀବନଶୈଳୀ

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ସଂଚାର ବ୍ୟୁରୋ:  ଇଣ୍ଡିଆ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ତଥା ବିଜେପିର ପୂର୍ବତନ ସାଂସଦ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ। ISIS କାଶ୍ମୀର ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି। ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଗମ୍ଭୀର ତାଙ୍କ ପରିବାର ଏବଂ ପାଖ ଲୋକଙ୍କୁ ସୁରକ୍ଷା ଦେବାକୁ ନିବେଦନ କରିଛନ୍ତି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଏପ୍ରିଲ ୨୨ ତାରିଖରେ ଗୌତମ ଗମ୍ଭୀରଙ୍କୁ ଦୁଇଟି ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା। ଗୋଟିଏ ଇମେଲ୍ ଅପରାହ୍ନରେ ଏବଂ ଅନ୍ୟଟି ସନ୍ଧ୍ୟାରେ ଆସିଥିଲା। ଏହି ଦୁଇଟି ଇମେଲ୍‌ରେ “ମୁଁ ତୁମକୁ ହତ୍ୟା କରିବି” ବୋଲି ଲେଖାଯାଇଥିଲା। ତେବେ ଏହା ପ୍ରଥମ ଥର ନୁହେଁ, ୨୦୨୧ ନଭେମ୍ବରରେ ଗମ୍ଭୀର ସାଂସଦ ଥିବା ସମୟରେ ମଧ୍ୟ ସମାନ ଇମେଲ୍ ପାଇଥିଲେ।

ପ୍ରକାଶ ଥାଉକି, ମଙ୍ଗଳବାର ଦିନ ଗମ୍ଭୀର ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ସେ ଏକ୍ସରେ ଲେଖିଥିଲେ ଯେ, ‘ମୃତକଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛି।’ ଏଥିପାଇଁ ଦାୟୀ ହୋଇଥିବା ଲୋକଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ। ଭାରତ ଜବାବ ଦେବ। ଗମ୍ଭୀରଙ୍କ ବ୍ୟତୀତ, ଅନେକ କ୍ରିକେଟର ମଧ୍ୟ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲେ। ସଚିନ ତେନ୍ଦୁଲକର, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବଙ୍କ ଭଳି କ୍ରିକେଟର ଘଟଣାକୁ କଡ଼ା ନିନ୍ଦା କରିଥିଲେ। ପୂର୍ବତନ ଇଣ୍ଡିଆନ୍ କ୍ରିକେଟର ଶ୍ରୀବତ୍ସ ଗୋସ୍ୱାମୀ ପାକିସ୍ତାନ ସହିତ କ୍ରୀଡ଼ା ସମ୍ପର୍କ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଥିଲେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button