ଦେଶ ବିଦେଶ

ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ମାଓବାଦୀ ନିପାତ

ମାଓବାଦୀଙ୍କ ଉପରେ ଆଉ ଏକ ପ୍ରହାର । ଛତିଶଗଡ଼ ପରେ ଝାଡଖଣ୍ଡରେ ମଧ୍ୟ ଜୋରଦାର ହୋଇଛି ମାଓ ଅପରେସନ । ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ଜବତ ହୋଇଛି । ଗୁଇନ୍ଦା ସୂଚନା ମିଳିବା ପରେ ୨୦୯ କୋବ୍ରା ଯବାନ ଓ ଝାଡଖଣ୍ଡ ପୁଲିସ ପକ୍ଷରୁ ଏହି ଅପରେସନ କରାଯାଇଥିଲା ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button