ଦେଶ ବିଦେଶ

ପାଟନା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ, ୩୦/୦୫ : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚର୍ଚ୍ଚିତ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ପରିବାର ସହ ବିହାରର ପାଟନା ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବୈଭବ । ପୂରା ଦେଶ ବୈଭବଙ୍କ କ୍ରିକେଟିଂ ସ୍କିଲ ଉପରେ ଗର୍ବ କରେ ବୋଲି ଲେଖିଥିଲେ ମୋଦି । ପାଟନା ଏୟାରପୋର୍ଟରେ ବୈଭବଙ୍କୁ ସାକ୍ଷାତ କରିବା ପରେ ମୋଦି ଟ୍ବିଟ୍ କରି କହିଛନ୍ତି, ପାଟନା ଏୟାରପୋର୍ଟରେ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାର ସହିତ ସାକ୍ଷାତ ହୋଇଥିଲା । ବୈଭବଙ୍କ ଭବିଷ୍ୟତ ପାଇଁ ଶୁଭକାମନା । ଚଳିତ ଆଇପିଏଲରେ ସର୍ବକନିଷ୍ଠ ଖେଳାଳି ଭାବେ ୧୪ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ ବୈଭବ । ଆଇପିଏଲ୍ ନିଲାମରେ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା । ସେତେବେଳକୁ ତାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ଆଇପିଏଲ୍ ରେ ନିଲାମ ହେବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ବୈଭବ । ବିହାରରେ ୨୦୧୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ବୈଭବ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍ ରେ ୧୧ ଛକା ଓ ୭ ଚୌକା ସହ ୧୦୧ ରନ୍ କରିଥିଲେ ବୈଭବ । T-20ରେ ଶତକ କରିବାରେ ବୈଭବ ବିଶ୍ବର ସର୍ବକନିଷ୍ଠ ଖେଳାଳି । କ୍ରିସ୍ ଗେଲଙ୍କ ପରେ IPLରେ ଦ୍ବିତୀୟ ଦ୍ରୁତତମ ଶତକ ରେକର୍ଡ କରିଛନ୍ତି ସୂର୍ଯ୍ୟବଂଶୀ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button