ରୁଷ୍ ଉପରେ ୟୁକ୍ରେନ୍ର ବଡ ଡ୍ରୋନ ଆକ୍ରମଣ : ଅନେକ ଯୁଦ୍ଧ ବିମାନ ନଷ୍ଟ

ନୂଆଦିଲ୍ଲୀ, ୦୨/୦୬ : ୟୁକ୍ରେନ ରୁଷ୍ ଉପରେ ସବୁଠୁ ବଡ ଡ୍ରୋନ ଆକ୍ରମଣ କରିଛି । ଏଥିରେ ରୁଷ୍ର ୪ଟି ବିମାନ ବନ୍ଦର ନଷ୍ଟ ହୋଇଥିବା ବେଳେ ୪୧ ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ସୂଚନା ମିଳିଛି । ରୁଷ୍ର ୪ହଜାର କିଲୋମିଟର ଭିତରେ ପଶି ୟୁକ୍ରେନ ଏହି ଆକ୍ରମଣ କରିଛି । ଏହି ଆକ୍ରମଣର କୋଡ୍ ନେମ୍ ୟୁକ୍ରେନ୍ ପକ୍ଷରୁ ଓ୍ୱେବ ରଖାଯାଇଥିଲା । ଟ୍ରକ ଉପରେ କାଠ ଘୋଡଣୀ ରଖାଯାଇ ଡ୍ରୋନକୁ ୟୁକ୍ରେନ୍ ପକ୍ଷରୁ ରୁଷ୍କୁ ପଠାଯାଇଥିଲା । ବିଭିନ୍ନ ଯୁଦ୍ଧ ବିମାନ ଥିବା ବିମନ ବନ୍ଦର ନିକଟରେ ଏହି ଟ୍ରକ ରଖାଯାଇଥିଲା। ଆକ୍ରମଣ ସମୟରେ ଟ୍ରକର ଘୋଡଣୀ ରିମୋଟ୍ରେ ଖୋଲାଯାଇ ଏହି ଆକ୍ରମଣ କରାଯାଇଥିଲା । ଆକ୍ରମଣର ଯୋଜନା ପ୍ରାୟ ଦେଢ ବର୍ଷ ହେଲା ୟୁକ୍ରେନ କରିଥିବା ସୂଚନା ମିଳିଛି । ୟୁକ୍ରେନ ଏଥିରେ ଏଫ୍ପିଭି ବା ଫର୍ଷ ପର୍ସନ ଭ୍ୟୁ ଡ୍ରେନ ବ୍ୟବହାର କରିଛି। ରୁଷ୍ ସୀମାର ୪୦୦୦ କିଲୋମିଟର ଦୂରରେ ଥିବା ବୋଲାୟା ଏୟାରବେସ୍ରେ ମଧ୍ୟ ଆକ୍ରମଣ କରାଯାଇଛି । ଏଥିରେ ରୁଷ୍ର ଏ-୫୦, ଟିୟୁ ୯୫ ଏବଂ ଟିୟୁ ୨୨ ଏମ୍ ଥ୍ରୀ ଯୁଦ୍ଧ ବିମାନ ନଷ୍ଟ ହୋଇଛି । ଏକ ଭିଡିଓରେ ରୁଷ୍ର ଅନେକ ଯୁଦ୍ଧ ବିମାନ ଏକାଠି ଜଳୁଥିବା ଦେଖିବା ପାଇଁ ମିଳିଛି ।