ଓଡିଶା

ପୁରୀକୁ ଛାଡ଼ି ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇପାରିବନି

ସଂଚାର ବ୍ୟୁରୋ: ଗଜପତି କହିଲେ ଦିଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ। ପ୍ରେସ୍ ବିବୃତିରେ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି, ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁରରେ ଦିଘାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରାଯାଇଥିଲା। ଏ ନେଇ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ନିଆଯାଇଥିଲା। ମୁକ୍ତି ମଣ୍ଡପ ପଣ୍ଡିତ ସଭା କହିଛନ୍ତି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ପୁରୀ ବ୍ୟତୀତ ଅନ୍ଯ କୌଣସି ସ୍ଥାନକୁ ଜଗନ୍ନାଥ ଧାମ, ପୁରୁଷୋତ୍ତମ କ୍ଷେତ୍ର ବା ଶ୍ରୀକ୍ଷେତ୍ର ବା ନୀଳାଚଳ ଧାମ କୁହାଯାଇପାରିବ ନାହିଁ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button