ଦେଶ ବିଦେଶ

ଅପରେସନ ସିନ୍ଦୂର- ପାକିସ୍ତାନର ଆତଙ୍କି ଠିକଣା ଧ୍ୱସ୍ତ

ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେଲା ଭାରତ। ଆତଙ୍କି ଆକ୍ରମଣର ୧୫ ଦିନ ପରେ ମୁହଁତୋଡ଼ ଜବାବ ଦେଇଛି ଭାରତ। ଅପରେସନ ସିନ୍ଦୂର ନାଁରେ ପାକିସ୍ତାନର ୯ଟି ଆତଙ୍କି ଠିକଣାକୁ ଏୟାରଷ୍ଟ୍ରାଇକ କରି ଧ୍ୱଂସ କରିଦେଇଛି। ରାତି ପ୍ରାୟ ସାଢ଼େ ଗୋଟାଏରେ ପାକିସ୍ତାନ ଓ ପିଓକେକୁ ଟାର୍ଗେଟ କରିଥିଲା ବାୟୁସେନା। ଏହି ଷ୍ଟ୍ରାଇକରେ ଲସ୍କର-ଏ-ତୋଏବା, ଜୈସ-ଏ-ମହମ୍ମଦ, ଜମାତ-ଉଦ୍-ଦାବା ଭଳି ଆତଙ୍କି ସଂଗଠନର ବିପୁଳ କ୍ଷତି ହୋଇଛି। ଅବଶ୍ୟ ଭାରତ ସ୍ପଷ୍ଟ କରିଦେଇଛି, କୌଣସି ସେନା ପ୍ରତିଷ୍ଠାନକୁ ଟାର୍ଗେଟ କରିନି। ଅପରେସନ ସିନ୍ଦୂର ଜରିଆରେ ଭାରତୀୟ ସେନା ଲସ୍କର ମୁଖ୍ୟାଳୟ, ଅଜହରର ୪ ମଦ୍ରାସାକୁ ଧ୍ୱସ୍ତ କରିଦେଇଛି। ଏହା ବ୍ୟତୀତ ସବୁଠୁ ବଡ଼ ଟାର୍ଗେଟ ମୁରିଦକେସ୍ଥିତ ମସଜିଦ ଉପରେ କରିଛି। ଯେଉଁଠି ଲସ୍କରର ପ୍ରଭାବ ରହିଛି। ବିଲାଲ (ଜୈସର ଲଞ୍ଚପ୍ୟାଡ୍), କୋଟଲି( ଲସ୍କର କ୍ୟାମ୍ପ), ବର୍ଣ୍ଣାଲା, ସରଜାଲ, ମହମୁନା କ୍ୟାମ୍ପରେ ଆଟାକ୍ କରିଛି ଭାରତ। ଏ ସବୁ ଠିକଣା ଆତଙ୍କବାଦୀଙ୍କ ପ୍ରଶିକ୍ଷଣ କେନ୍ଦ୍ର, ଆକ୍ରମଣ ଷ୍ଟ୍ରାଟେଜି ସେଣ୍ଟର ଓ ଲଞ୍ଚିଂ ପାଇଁ ବ୍ୟବହାର ହେଉଥିଲା। ପାକିସ୍ତାନ ଉପରେ ଆକ୍ରମଣ କଲା ବେଳେ ଭାରତୀୟ ସେନା ସ୍କେଲ୍ପ ମିସାଇଲ୍, ହେମର ବମ୍ ବ୍ୟବହାର କରିଥିଲା। ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଳ ଓ ସୁଖୋଇକୁ ବି ବ୍ୟବହାର କରିଥିଲା। ତିନି ସେନା ମିଶିକି ଅପରେସନ ସିନ୍ଦୂରକୁ ସଫଳ କରିଛନ୍ତି। ଅପରେସନ ସିନ୍ଦୂର ପରେ ଭାରତର ଉତ୍ତର ଭାଗରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି। ଶ୍ରୀନଗର ବିମାନକୁ ବନ୍ଦ କରିଦିଆଯାଇଛି। ଶ୍ରୀନଗର, ଜମ୍ମୁ, ଅମୃତସର, ଲେହ, ଚଣ୍ଡୀଗଡ଼, ଧର୍ମଶାଳା ଓ ବିକାନେର ଯାତ୍ରୀଙ୍କ ଲାଗି ଇଣ୍ଡିଗୋ ଆଡଭାଇଜୋରି ଜାରି କରିଛି। ସୀମାବର୍ତ୍ତୀ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା ହୋଇଥିଲା। ସେପଟେ ପାକିସ୍ତାନ ଏହି ଆକ୍ରମଣକୁ ସ୍ୱୀକାର କରିବା ସହ କହିଛି ଭାରତ ୩ଟି ଠିକଣାକୁ ଟାର୍ଗେଟ କରିଛି। ବହାବଲପୁର, କୋଟଲି ଓ ମୁଜଫରାବାଦ ସାମିଲ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ସରିଫ୍ କହିଛନ୍ତି, ସମୟ ଆସିଲେ ଭାରତକୁ କଡ଼ା ଜବାବ ଦିଆଯିବ। ଏଲଓସିରେ ପାକିସ୍ତାନୀ ସେନା ଗୁଳିରେ ୩ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାର ସୌର୍ଯ୍ୟ ଓ ସରକାରଙ୍କ ଅଭିଯାନକୁ ଭୁରି ଭୂରି ପ୍ରଶଂସା କରାଯାଇଛି। ପ୍ରଧାନମନ୍ତ୍ରୀ ନିଜେ ଅପରେସନ ସିନ୍ଦୂରର ନାଁ ଦେଇଥିଲେ। ଏହାକୁ ପୁରା ତଦାରଖ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବିଶ୍ୱ ସମୁଦାୟ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଦେଖାଇବା ଜରୁରୀ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଭଳି ଅଭିଯାନକୁ ନେଇ ସେନାର ସୌର୍ଯ୍ୟ ଉପରେ ଗର୍ବ ଥିବା କହିଛନ୍ତି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button