ଓଡିଶା

ପୁରୀ ବିମାନ ବନ୍ଦର ନିର୍ମାଣକୁ ଅନୁମୋଦନ କଲେ କେନ୍ଦ୍ର ସରକାର

ସଂଚାର ବ୍ୟୁରୋ: ପୁରୀ ବିମାନ ବନ୍ଦର ନିର୍ମାଣକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଗ୍ରୀନ ଫିଲଡ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ବେସାମରିକ ମନ୍ତ୍ରୀ ରାମମୋହନ ନାଇଡୁ ଅନୁମୋଦନ କରିଛନ୍ତି। ଦେଶର ପ୍ରମୁଖ ଧାର୍ମିକ ପୀଠ ପୁରୀ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠ। ତେଣୁ ପୁରୀକୁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଭକ୍ତ ଦେଶ ବିଦେଶରୁ ଆସନ୍ତି। ପୁରୀରେ ବିମାନ ବନ୍ଦର ହେଲେ ସେମାନେ ସିଧାସଳଖ ଆସିପାରିବେ। ଏହା ଦ୍ଵାରା ପର୍ଯ୍ୟଟନର ବିକାଶ ହେବ। ଦେଶ ବିଭିନ୍ନ ସହର ସହିତ ଆକାଶମାର୍ଗରେ ଯୋଡ଼ି ହେବ ପୁରୀ। ପୁରୀ ଏବଂ ଓଡ଼ିଶା ପାଇଁ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ବୋଲି କୁହାଯାଇଛି। ପୁରୀ ବିମାନ ବନ୍ଦର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାଗା ଚିହ୍ନଟ ସହିତ କେନ୍ଦ୍ରକୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ। ଏବେ ସେହି ସ୍ଵପ୍ନ ପୂରଣ ହେବାକୁ ଯାଉଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button