ବଡକୁଳ ପଂଚାୟତରେ “ଆମ ଗାଁ ରେ ତହସିଲ ” କାର୍ଯ୍ୟକ୍ରମ

ମହାକାଳପଡ଼ା, ୧୨/୦୬ : ଡବଲ ଇଂଜିନ ସରକାରଙ୍କ ରାଜସ୍ବ ବିଭାଗୀୟ ବଡ଼ ଘୋଷଣା ପରେ ଜମିଜମା ସମ୍ବନ୍ଧୀୟ ମାମଲା ର ଗ୍ରାମ ସ୍ତରରେ ସରଳ ସମାଧାନ ନେଇ ଆଶା ପୋଷଣ କରିଛନ୍ତି ସାଧାରଣ ପ୍ରଜା l ଏନେଇ ମହାକାଳପଡ଼ା ତହସିଲ ତରଫରୁ ବଡକୁଳ ରାଜସ୍ବ ସର୍କଲ ଅଧୀନ ବଡକୁଳ ପଂଚାୟତ କାର୍ଯ୍ୟାଳୟ ରେ ମଙ୍ଗଳ ବାର ଆମ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆମ ଗାଁରେ ତହସିଲ କାର୍ଯ୍ୟାଳୟ ରେ, ଉପଜିଲ୍ଲା ପାଳ ଅରୁଣ ନାୟକ, ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ, ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ରଙ୍କ ସମେତ ସମସ୍ତ ଅଧସ୍ତନ କର୍ମଚାରୀ ଉପସ୍ଥିତ ଥିଲେ l ଆମ ଗାଁ ରେ ତହସିଲ କାର୍ଯ୍ୟାଳୟ ର କ୍ୟାମ୍ପ ରେ ବଡକୁଳ ପଂଚାୟତର ସରପଞ୍ଚ ପ୍ରଜ୍ଞl ପାରମିତା କର କାର୍ଯ୍ୟକ୍ରମ ର ପୂର୍ଣ୍ଣ ସଫଳତା ନେଇ ସହଯୋଗ କରିଥିଲେ lତହସିଲ କାର୍ଯ୍ୟାଳୟ ଭଳି ରେଭିନ୍ୟୁ ମିସକେଶ, ଡାଏରୀ, ମ୍ୟୁଟେସନ, ଡିମାରକେସନ ଓ ସାର୍ଟିଫିକେଟ ସମେତ ବିଭିନ୍ନ ସେକ୍ସନ ରେ କାର୍ଯ୍ୟ କରୁଥିବା କର୍ମଚାରି ମାନଙ୍କୁ ସାଧାରଣ ଲୋକେ ପହଂଚି ବିଭିନ୍ନ ଅଭିଯୋଗ କରିଥିଲେ l ଜାତିଗତ, ଆୟ,, ବାସିନ୍ଦା, ଉତ୍ତରାଧିକାରୀ ଓ ଜମି ପଟ୍ଟା ଆଦି କିଛି ଆବେଦନ କାରି ଙ୍କୁ ତଦନ୍ତ ପରେ ଅନ ଲାଇନ ଯୋଗେ ପ୍ରେରଣ କରାଯାଇଥିଲା lଆଗାମୀ ସପ୍ତାହ ରେ ମଧ୍ୟ ଅଲଗା ପଂଚାୟତ ରେ ଆମ ଗାଁ ରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l