ଜୀବନଶୈଳୀ

ଟେଣ୍ଟ ଲୁହା ଚ୍ୟାନେଲ୍ ଆଘାତରେ ବୃଦ୍ଧ ମୃତ

ମହାକାଳପଡ଼ା, ୧୨/୦୬ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାଞ୍ଚଳ ସୁନିତି ଗ୍ରାମ ପଂଚାୟତ ଜଗରିଯୋର – ଜମ୍ବୁ ରାସ୍ତାର କଣ୍ଟିଲୋ ଛକ ନିକଟରେ ଦୁର୍ଘଟଣା ଫଳରେ ଶୁଶାନ୍ତ ଗିରି ଙ୍କ ର ମୃତ୍ୟୁ ହୋଇଯାଇଛି । ମୃତ ବୃଦ୍ଧ ଜଣଙ୍କ ଘର ବତୀଘର ଗ୍ରାମ ପଂଚାୟତ କଜଳପାତିଆ ଗ୍ରାମରେ ବୋଲି ଜଣାପଡିଛି ଲ ସେ ତାଙ୍କ ନାତି ସହିତ ଏକ ବାଇକ ଯୋଗେ କଜଳପାତିଆ ଅଭିମୁଖେ ଯାଉଥିଲେ। ଅନ୍ୟଜଣେ ଟେଣ୍ଟ ମାଲିକ ଅନ୍ୟ ଏକ ବାଇକରେ ଲୁହା ଚ୍ୟାନେଲ ନେଇ ଯାଉଥିବା ବେଳେ ଓଭରଟେକ୍ ସମୟରେ ଚ୍ୟାନେଲଟି ବୃଦ୍ଧ ଶୁଶାନ୍ତଙ୍କ ମୁହଁରେ ଶକ୍ତ ଆଘାତ ଦେଇଥିଲା । ଯାହା ଫଳରେ ତାଙ୍କର ମୁଖ ମଣ୍ଡଳ ରୁ ଅର୍ଦ୍ଧେକ ଅଂଶ ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ହୋଇ ଯାଇଥିଲା l ଗୁରୁତର ଆହତ ଅବସ୍ଥାରେ ବୃଦ୍ଧ ଙ୍କୁ ୧୦୮ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପରିବାର ଲୋକେ ନେଇଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବୃଦ୍ଧଙ୍କର ପରିବାର ଲୋକେ ଏନେଇ ତନ୍ତିଆପାଳ ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button