ଦେଶ ବିଦେଶ

ବାଂଲାଦେଶ ହିଂସା ପରେ ପଶ୍ଚିମବଙ୍ଗରେ ଆଲର୍ଟ

ସଂଚାର ବ୍ୟୁରୋ: ବାଂଲାଦେଶ ହିଂସା ପରେ କୋଲକତା ସହ ଅନ୍ଯ ଜିଲ୍ଲାକୁ ଟ୍ରେନ ଚଳାଚଳ ବନ୍ଦ। ବସ୍ ଓ ବିମାନ ଚଳାଚଳ ବି ସ୍ଥଗିତ ରହିଛି। ସୁନ୍ଦରବନ ସମୁଦ୍ରରେ ତଟରକ୍ଷୀ ବାହିନୀ ସଜାଗ ରହିଛି। ସମସ୍ତ ଟ୍ରେନ, ଯାତ୍ରୀବାହି ବସ ଏବଂ ବିମାନ ସେବାକୁ ସ୍ଥଗିତ ରଖାଯାଇଛି । କୋଲକାତାରୁ ବାଂଲାଦେଶର ରାଜଧାନୀ ଢାକା ଏବଂ ଖୁଲନାକୁ ଯାତ୍ରା କରୁଥିବା ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଛି । କୋଲକତା ଢାକା ଏବଂ କୋଲକଚା ଖୁଲାନାକୁ ଯାଉଥିବା ମୈତ୍ରୀ ଏକ୍ସପ୍ରେସ ଏବଂ ବନ୍ଧନ ଏକ୍ସପ୍ରେସ ଚଳାଚଳ ବନ୍ଦ କରାଯାଇଛି। କୋଲକାତାସ୍ଥିତ ଦକ୍ଷିଣ କୋଲକାତାରେ ଥିବା ପାର୍କ ସର୍କସ ଅଂଚଳରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button