ଦେଶ ବିଦେଶ

’ଅପରେଶନ ସିନ୍ଦୁର’କୁ ନେଇ ହନୁମାନ ଜୀଙ୍କୁ ମନେ ପକାଇଲେ ରାଜନାଥ ସିଂହ

ଅପରେଶନ୍ ସିନ୍ଦୁର’ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଗତକାଲି ରାତିରେ ଭାରତୀୟ ସେନା ସାହସ ଏବଂ ବୀରତ୍ୱ ପ୍ରଦର୍ଶନ କରି ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ଭାରତୀୟ ସେନା ସଠିକତା, ସତର୍କତା ଏବଂ ସମ୍ବେଦନଶୀଳତା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହାକୁ ସଠିକ୍ ଭାବେ ଧ୍ବଂସ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେନା କୌଣସି ପ୍ରକାରର ନାଗରିକ ସ୍ଥାନକୁ ପ୍ରଭାବିତ ହେବାକୁ ନ ଦେବାରେ ସମ୍ବେଦନଶୀଳତା ଦେଖାଇଛି। ଭାରତୀୟ ସେନାର ସୈନିକମାନେ ଏକ ପ୍ରକାର ସଠିକତା, ସତର୍କତା ଏବଂ ମାନବିକତା ପ୍ରଦର୍ଶନ କରିଛନ୍ତି। ମୁଁ ସମଗ୍ର ଦେଶ ତରଫରୁ ଆମର ସେନା ସୈନିକମାନଙ୍କୁ ସାଧୁବାଦ ଜଣାଉଛି ।

ସେନାକୁ ଶକ୍ତି ଦେବା ପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମେ ହନୁମାନଜୀ ଙ୍କ ଆଦର୍ଶକୁ ଅନୁସରଣ କରିଥିଲୁ ଯାହା ସେ ଅଶୋକ ବାଟିକା ଧ୍ୱଂସ କରିବା ସମୟରେ ଅନୁସରଣ କରିଥିଲେ। ଯେଉଁମାନେ ମୋତେ ମାରିଛନ୍ତି, ମୁଁ ସେମାନଙ୍କୁ ମାରିଦେବି। ଆମେ କେବଳ ସେମାନଙ୍କୁ ହତ୍ୟା କରିଛୁ ଯେଉଁମାନେ ଆମର ନିର୍ଦ୍ଦୋଷୀଙ୍କୁ ହତ୍ୟା କରିଥିଲେ।

‘ଅପରେଶନ ସିନ୍ଦୁର’ ସମୟରେ ରାଜନାଥ ସିଂହ ହନୁମାନ ଜୀଙ୍କୁ କାହିଁକି ମନେ ପକାଇଲେ, କହିଲେ- ସେନା କୌଣସି ସାଧାରଣ ନାଗରିକ ସ୍ଥାନକୁ ଟାର୍ଗେଟ କରିନଥିଲା ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button