ଦେଶ ବିଦେଶ

ସ୍କୁଲରେ ଆଖିବୁଜା ଗୁଳିମାଡ଼ : ୧୧ ମୃତ

ନୂଆଦିଲ୍ଲୀ, ୧୧/୦୬ : ଅଷ୍ଟ୍ରିଆର ଗ୍ରାଜରେ ଥିବା ଏକ ସ୍କୁଲରେ ଆଖିବୁଜା ଗୁଳିମାଡ଼ ହୋଇଛି। ଗୁଳିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୮ ଜଣ ଆହତ ହୋଇଛନ୍ତି। ଅଷ୍ଟ୍ରିଆର ସ୍ଥାନୀୟ ଗଣମାଧ୍ୟମ ଓ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟାଇଥିବା ଛାତ୍ର ମଧ୍ୟ ସାମିଲ ରହିଛି । ଅଷ୍ଟ୍ରିଆର ଦକ୍ଷିଣ ପୂର୍ବାଞ୍ଚଳରେ ଥିବା ଗ୍ରାଜ ସହରରେ ଅଚାନକ ଜଣେ ଛାତ୍ର ଗୁଳିମାଡ଼ କରିବା କରିବା ଆରମ୍ଭ କରିଥିଲା । ଫଳରେ ଗୁଳିକାଣ୍ଡରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଜଣେ ଆକ୍ରମଣକାରୀ ଦୁଇଟି ଶ୍ରେଣୀଗୃହରେ ପ୍ରବେଶ କରି ଅଚାନକ ଗୁଳିମାଡ଼ କରିଥିଲା । ଗୁଳିକାଣ୍ଡର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଛାତ୍ର, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ମଧ୍ୟ ଅଛନ୍ତି । ଆହତମାନଙ୍କୁ ହେଲିକପ୍ଟର ମାଧ୍ୟମରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ଖବର ମିଳିବା ପରେ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ତୁ ସ୍କୁଲ୍ ଶୌଚାଳୟରେ ଗୁଳିମାଡ଼ କରିଥିବା ଛାତ୍ରଙ୍କ ବି ମୃତଦେହ ଉଦ୍ଧାର କରାଯାଇଛି । ଏହି ଆକ୍ରମଣ ପଛରେ ଛାତ୍ରଙ୍କ କଣ ଉଦ୍ଦେଶ୍ୟ ଥିଲା ତାହା ସ୍ପଷ୍ଟ ହୋଇନି । ସ୍କୁଲରେ ଗୁଳିକାଣ୍ଡ ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ସମସ୍ତ ଦିଗରୁ ତଦନ୍ତ କରାଯାଉଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button