ଓଡିଶା

ବାଲିକୁଦା ବ୍ଲକ ତରାସାହି ପଞ୍ଚାୟତ ବାଲିସାହିରେ ଥିବା ଦୁଗ୍ଧ ଯୋଗାଣ କେନ୍ଦ୍ରରେ ଜିଲ୍ଲା ପ୍ରଶାସନର ଚଢ଼ାଉ

ସଂଚାର ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତରାସାହି ପଞ୍ଚାୟତ ବାଲିସାହିରେ ଥିବା ଦୁଗ୍ଧ ଯୋଗାଣ କେନ୍ଦ୍ର ଉପରେ ଜିଲ୍ଲା ପ୍ରଶାସନର ଚଢ଼ାଉ । ଚଢ଼ାଉ ସମୟରେ ପ୍ଲାଣ୍ଟ ଦାୟିତ୍ୱରେ ଥିବା ଉଲ୍ଲାସ ଦାସ କେଉଁଆଡ଼େ ଚମ୍ପଟ ମାରିଥିଲେ । ଚଢ଼ାଉ ସମୟରେ ଖୀରରେ ପାଉଡର ମିଶାଇ ଅପମିଶ୍ରଣ କରୁଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ୫୦ ବସ୍ତା ପାଉଡର ପ୍ୟାକେଟ ଜବତ କରାଯାଇଛି । ତରାସାହି ଓ ଆଖପାଖ ଗାଁର ଚାଷୀଙ୍କ ଠାରୁ ଖୀର ସଂଗ୍ରହ କରାଯାଇ ସେଥିରେ ପାଉଡର ମିଶାଇ ଭୁବନେଶ୍ୱର ଥିବା ଓମ୍ଫେଡ୍ ପାର୍ଲର ଗୁଡ଼ିକୁ ପ୍ୟାକେଟ କରି ପାଠଯାଉଥିଲା । ଚଢ଼ାଉ ସମୟରେ ଅପମିଶ୍ରଣ ଖୀର ବିଷୟରେ ଜଣାପଡ଼ିଛି । ଘଟଣାସ୍ଥଳରୁ ଖୀରର ସାମ୍ପୁଲ ଜବତ କରିଛନ୍ତି ଖାଦ୍ୟ ନିରିକ୍ଷକ ବିଭାଗ । ଫେରାର ହୋଇଯାଇଥିବା ତରାସାହି ଦୁଗ୍ଧ ଯୋଗାଣ କେନ୍ଦ୍ରର ଉଲ୍ଲାସ ଦାସକୁ ବାଲିକୁଦା ପୋଲିସ ଖୋଜୁଛି । ଦୀର୍ଘ ଦିନ ଦିନ ଧରି ଏଠାରେ ଚାଷୀଙ୍କ ଠାରୁ କ୍ଷୀର କିଣି ଚିଲିଂ କରି ଅପମିଶ୍ରଣ କାରାଯାଇ ବାହାରକୁ ପଠାଯାଉଥିଲା । ଏହାକୁ ଜାଣିବା ପରେ ପ୍ରଶାସନର ଚିନ୍ତା ବଢ଼ିଯାଇଛି । କେବେଠାରୁ ଏଠାରେ ଭେଜାଲ କ୍ଷୀର ପ୍ରସ୍ତୁତ କରାଉ କେଉଁ କେଉଁ ସ୍ଥାନକୁ ସପ୍ଲାଇ ହେଉଥିଲା ତାହାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନକଲି ଅପମିଶ୍ରଣ ଖୀର ଜଗତସିଂହପୁର ଜିଲ୍ଲା ବାଲିକୁଦା ତରାସାହି ଠାରେ ଠାବ ହେବା ପରେ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି ।…

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button