ଜୀବନଶୈଳୀ

ମାଓବାଦ ମୁକ୍ତ କାରେଗୁଟ୍ଟା ଜଙ୍ଗଲ

ସଂଚାର ବ୍ୟୁରୋ: ନକ୍ସଲମୁକ୍ତ ହେଲା କାରେଗୁଟ୍ଟା ପାହାଡ। ଛତିଶଗଡ଼ ଓ ତେଲଙ୍ଗାନାର ସୀମାନ୍ତରେ ଥିବା କାରେଗୁଟ୍ଟା ଅଂଚଳକୁ ନିଜ କବଜାକୁ ନେଲା ସୁରକ୍ଷାକର୍ମୀ। ନକ୍ସଲ ଗଡ଼ ଭାବେ ପରିଚିତ ଏହି ଅଂଚଳକୁ କବଜା କରିବା ସହ ତ୍ରିରଙ୍ଗା ଲହରାଇଛନ୍ତି ସୁରକ୍ଷାକର୍ମୀ। ଛତିଶଗଡ଼ ବିଜାପୁର ଜିଲ୍ଲାରେ ରହିଛି କାରେଗୁଟ୍ଟା ପାହାଡ। ଅନେକ ଦଶନ୍ଧି ଧରି ଏହି ପାହାଡକୁ କବଜା କରିଥିଲେ ମାଓବାଦୀ। ଏଠାରେ ରହି ମାଓ କାର୍ଯ୍ୟକଳାପ ଚଳାଇଥିଲେ। ଲଗାତାର କିଛି ଦିନ ଧରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ମାଓ ଦମନ ଅପରେସନ। ଗତକାଲି ସୁଦ୍ଧା ଏହି ଅଂଚଳରେ ମାଓବାଦୀ ଆସ୍ଥାନ ଜମାଇଥିଲେ। ତେବେ ଛତିଶଗଡ଼ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ଉଦ୍ୟମରେ ଏହି ଅଂଚଳକୁ ନକ୍ସଲଙ୍କ ନିକଟରୁ ଛଡ଼ାଇ ଆଣିଛନ୍ତି ଯବାନ।ଦୀର୍ଘ ଦିନର ଅପରେସନ ପରେ କାରେଗୁଟ୍ଟା ଜଙ୍ଗଲ ଉପରେ କବଜା କରିଛନ୍ତି ସୁରକ୍ଷଆକର୍ମୀ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button