ଦେଶ ବିଦେଶ
କରାଚୀରେ ଡେରା ପକାଇଲା ତୁର୍କୀ ଯୁଦ୍ଧଜାହାଜ

ସଂଚାର ବ୍ୟୁରୋ: କରାଚୀରେ ଡେରା ପକାଇଲା ତୁର୍କୀ ଯୁଦ୍ଧଜାହାଜ । ପହଲଗାଁ ଆକ୍ରମଣକୁ ନେଇ ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ତୁର୍କୀ ଜାହାଜ ଡେରା ପକାଇବାକୁ ନେଇ ପରିସ୍ଥିତି ଉଷ୍ମ ହୋଇଛି । ପୂର୍ବରୁ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ତୁର୍କୀ ବିକିଥିବା ନେଇ ହୋଇଥିଲା ଚର୍ଚ୍ଚା ହୋଇଥିଲା। ତେବେ ଏହି ଖବରକୁ ଅଗ୍ରାହ୍ୟ କରିଥିଲା ତୁର୍କୀ । ସମ୍ଭାବ୍ୟ ଯୁଦ୍ଧ ଲାଗି ପାକିସ୍ତାନ ବଳ ଗୋଟାଇବାରେ ଲାଗିଛି । ବିଭିନ୍ନ ମୁସଲିମ ରାଷ୍ଟ୍ରରୁ ଯୋଗାଡ଼ କରିବାରେ ଲାଗିଛି ସମର୍ଥନ। ସେପଟେ ଏହି ଗସ୍ତର ଲକ୍ଷ୍ୟ ଦୁଇ ଦେଶର ନୌସେନା ମଧ୍ୟରେ ପାରସ୍ପରିକ ବୁଝାମଣା ବୃଦ୍ଧି କରିବା ଓ ସାମୁଦ୍ରିକ ସୁରକ୍ଷା ପଥକୁ ସୁଦୃଢ଼ କରିବା କୁହାଯାଉଛି । ଭାରତ- ପାକିସ୍ତାନ ଉତ୍ତେଜନା ଲାଗିରହିଥିବା ମଧ୍ୟରେ ତୁର୍କୀର ଜାହାଜ ଆସିବା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ପ୍ରଭାବିତ ହୋଇପାରେ ଭାରତ ତୁର୍କୀ ଦ୍ଵିପାକ୍ଷିକ ସମ୍ପର୍କ….