ଓଡିଶା
ଆତ୍ମସମର୍ପଣ କଲେ ୧୭ ହାର୍ଡକୋର ମାଓବାଦୀ

ଭୁବନେଶ୍ୱର, ୩୧/୦୫ : ତେଲଙ୍ଗାନାର ଭଦ୍ରାଦ୍ରୀ କଥାଗୁଡ଼େମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୧୭ ମାଓବାଦୀ । ଏମାନଙ୍କ ମଧ୍ୟରେ ଦୁଇ ଜଣ ACM କ୍ୟାଡର, ୪ଜଣ ପାର୍ଟି ମେମ୍ବର ଅଛନ୍ତି । ନିଜର ଅସ୍ତ୍ରଶସ୍ତ୍ର ସହ ଏସପିଙ୍କ ଆଗରେ ସରେଣ୍ଡର କରିଛନ୍ତି । ସରକାରଙ୍କ ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଏମାନେ ସରେଣ୍ଡର କରିଛନ୍ତି । ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭଦ୍ରାଦ୍ରୀ କଥାଗୁଡ଼େମ SP କହିଛନ୍ତି