ଓଡିଶା

ରାଜ୍ୟରେ ଆଜିଠୁ କମିପାରେ ବର୍ଷା : ଜୁନ ୧ ରୁ ଜଳିବ ଓଡ଼ିଶା

ଭୁବନେଶ୍ବର, ୩୦/୦୫ : ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତରୁ ଗଭୀର ଅବପାତର ରୂପ ନେଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି । ଏହାରି ଭିତରେ ମୌସୁମୀ ଓଡ଼ିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡ଼ିଶା ସମେତ ଅନେକ ସ୍ଥାନରେ ବର୍ଷା ହୋଇଛି । କିନ୍ତୁ ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ଠାରୁ ବର୍ଷା କମିବ । ଆସନ୍ତା ୧ ତାରିଖରୁ ଗରମର ପ୍ରକୋପ ବଢ଼ିବ । ଆସନ୍ତା ୧ ରୁ ୩ ତାରିଖ ଯାଏଁ ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜି ଅନେକ ସ୍ଥାନରେ ଘଡଘଡ଼ି ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ ଏବଂ ବାଲେଶ୍ବରର କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button