ଦେଶ ବିଦେଶ
ସୀମାରେ ପାକିସ୍ତାନ ବାରମ୍ଵାର ଅସ୍ତ୍ରବିରତି ଉଲ୍ଲଂଘନ : କଡ଼ା ଜବାବ ଦେଲା ଭାରତ

ସଂଚାର ବ୍ୟୁରୋ: ସୀମାରେ ପାକିସ୍ତାନ ବାରମ୍ଵାର ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଗତକାଲି ଏହାକୁ ନେଇ ପ୍ରତିବାଦ ଜଣାଇଥିଲା ଭାରତ। ଦୁଇ ଦେଶ ମଧ୍ୟରେ DGMO ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି ଭାରତ। ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନ ସେନା ଲଗାତାର ଫାୟାରିଂ କରୁଥିବା କହିଛି ଭାରତ। ପହଲଗାଓଁ ଆକ୍ରମଣ ଘଟଣା ପରଠାରୁ ଲଗାତାର ସପ୍ତାହକରୁ ଅଧିକ ଦିନ ହେଲାଣି ପାକିସ୍ତାନ ସେନାର ଯବାନ ଗୁଳିମାଡ଼ କରୁଛନ୍ତି।