ଦେଶ ବିଦେଶ

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବାହଲିହାର ଡ୍ୟାମ ବନ୍ଦ

ସଂଚାର ବ୍ୟୁରୋ: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ବାହଲିହାର ଡ୍ୟାମ ବନ୍ଦ। ଆଜି ଡ୍ୟାମର ସମସ୍ତ ଗେଟ ବନ୍ଦ କରିଥିବା ଦେଖିବାକୁ ମିଳିଛି। ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ ହେବା ପରେ ଆଜି ସମସ୍ତ ଗେଟ ବନ୍ଦ କରାଯାଇଥିବା ଜଣାପଡିଛି। ପୂର୍ବରୁ ଗତ ୮ ତାରିଖରେ ଡ୍ୟାମରୁ ପାଣି ଛାଡିଥିଲା ଭାରତ। ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମର ଗେଟ ଖୋଲିଥିଲା ଭାରତ। ବର୍ଷା ପରେ ପାକିସ୍ତାନରେ ବନ୍ୟା ସ୍ଥିତି ଉପୁଜିବା ସମ୍ଭାବନା ଥିଲା। ତେବେ ଏବେ ଗେଟ ବନ୍ଦ ହେବା ପରେ ଟୋପାଏ ଟୋପାଏ ପାଣି ପାଇଁ କାକୁତି ମିନତି ହେଉଛି ପାକିସ୍ତାନ। ଭାରତ ପାଣି ଛାଡିବାକୁ ଅନୁରୋଧ କରିଛି ପାୀକିସ୍ତାନ। ସେପଟେ ଯେପର୍ଯ୍ୟନ୍ତ ପାକିସ୍ତାନ ମାଟିରୁ ଆତଙ୍କବାଦ ବନ୍ଦ ନହୋଇଛି ଏକାସଙ୍ଗେ ରକ୍ତ ଓ ପାଣି ବହି ପାରିବନି ବୋଲି ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତେଜନା ମଧ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି । ଡିଜିଏମଓ ସ୍ତରୀୟ ବୈଠକରେ ଏହି ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ରହିଛି । ପାକିସ୍ତାନ ନିଜ ମାଟିରୁ ଆତଙ୍କାବଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ଭାରତ ସହିତ ସମ୍ପର୍କରେ କୌଣସି ଉନ୍ନତ୍ତି ଆସିବ ନାହିଁ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button