ସ୍ୱାସ୍ଥ୍ୟ

ସ୍ମରଣ ଶକ୍ତି ବୃଦ୍ଧି ପାଇଁ ପିଅନ୍ତୁ କମଳା ଜୁସ୍‌

ବୟସ ବଢ଼ିବା ସହ ସ୍ମରଣଶକ୍ତି ଦୁର୍ବଳ ହେବା ସାଧାରଣ କଥା। ଏ ସମୟରେ ଛୋଟ ଛୋଟ କଥା ଭୁଲିବା ସମସ୍ୟା ଦେଖାଦେଇଥାଏ, ଯାହା ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ହେବାକୁ ଚାହଁୁ ନ ଥିଲେ ଯୁବାବସ୍ଥାରୁ ସୁରକ୍ଷିତ ପଦକ୍ଷେପ ନେବା ନିତାନ୍ତ ଜରୁରୀ। ପ୍ରତିଦିନ ଏକ ଗ୍ଲାସ କମଳା ଜୁସ୍‌ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ସବୁଜ ପନିପରିବା, ଗାଢ୍‌ ନାରଙ୍ଗୀ ଏବଂ ଲାଲ ରଙ୍ଗର ଫଳ, ଷ୍ଟ୍ରବେରୀ, ବ୍ଲାକ୍‌ବେରୀ ଏବଂ ବ୍ଲୁବେରୀ ଭଳି ଫଳ ଖାଇବା ସହ କମଳା ଜୁସ୍‌ ପିଇଥାନ୍ତି, ସେମାନଙ୍କର ବୃଦ୍ଧାବସ୍ଥାରେ ସ୍ମୃତିଶକ୍ତି ହ୍ରାସ ସମସ୍ୟା ଅନେକ ମାତ୍ରାରେ ହ୍ରାସ ପାଇଥାଏ। ବୃଦ୍ଧାବସ୍ଥାର ୨୦ବର୍ଷ ପୂର୍ବରୁ ଯଦି ପ୍ରଚୁର ମାତ୍ରାରେ ଫଳ ଏବଂ ପନିପରିବା ସେବନ କରାଯାଏ, ତେବେ ସ୍ମରଣ ଶକ୍ତି ହ୍ରାସ ହେବାର ଭୟ ଦୂର ହୋଇଥାଏ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button