ଦେଶ ବିଦେଶ

ପଶ୍ଚିମବଂଗରେ ରାଷ୍ଟ୍ରପତି ଶାସନ ଲାଗୁ ପ୍ରସଙ୍ଗ : ଆବେଦନ ଉପରେ ଜଷ୍ଟିସ ବିଆର ଗଭାଇଙ୍କ ପ୍ରତିକ୍ରିୟା

ସଂଚାର ବ୍ୟୁରୋ: ପଶ୍ଚିମବଂଗରେ ବିପର୍ଯ୍ଯସ୍ତ ଆଇନଶୃଙ୍ଖଳାକୁ ନେଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଆବେଦନ ପ୍ରସଙ୍ଗ।ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ଏହି ଆବେଦନକୁ ନେଇ ରଖିଛନ୍ତି ପ୍ରତିକ୍ରିୟା। ହୋଇଥିବା ଆବେଦନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତିଯେ, କାର୍ଯ୍ୟପାଳିକା ଉପରେ ହସ୍ତକ୍ଷେପ ନେଇ ନ୍ୟାୟପାଳିକା ଉପରେ ହେଉଛି ଅଭିଯୋଗ। ଆପଣ ଚାହୁଛନ୍ତି କି, ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଜାରି କରିବ କି। ଆମ ଉପରେ କାର୍ଯ୍ୟନିର୍ବାହୀ ବିଭାଗ ଉପରେ ହସ୍ତକ୍ଷେପ କରିବାର ଅଭିଯୋଗ ଆସିଛି ବୋଲି କହିଥିଲେ ଗଭାଇ। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ ଉପରେ ଏହା କହିଛନ୍ତି ପ୍ରଧ଼ାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଜଷ୍ଟିସ୍ ବି.ଆର. ଗଭାଇଙ୍କ ଖଣ୍ଡପୀଠ ସମ୍ମୁଖରେ ଶୁଣାଣି ପାଇଁ ଆବେଦନ କରିଥିଲେ। ଆବେଦନ ଆସନ୍ତାକାଲି ପାଇଁ ତାଲିକାଭୁକ୍ତ ହୋଇଛି। ପଶ୍ଚିମବଂଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସେ ଆବେଦନରେ ପ୍ରାର୍ଥନା କରିଛନ୍ତି।ଆସନ୍ତାକାଲି ବିଷ୍ଣୁ ଶଙ୍କର ଜୈନଙ୍କ ଆବେଦନ ଉପରେ ଶୁଣାଣି ହେବ। ରୁଜୁ ହୋଇଥିବା ଆବେଦନର ଉଲ୍ଲେଖ କରି ଜଷ୍ଟିସ୍ ଗଭାଇଙ୍କ ଖଣ୍ଡପୀଠକୁ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନର ହିଂସାକୁ ଦୃଷ୍ଟିରେ ରଖି ତୁରନ୍ତ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରିବାର ଆବଶ୍ୟକତା ରହିଛି। ପଶ୍ଚିମବଂଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ ଆବେଦନ ପୂର୍ବରୁ ଏହି ମାମଲାରେ ବିଚାରାଧୀନ ଅଛି। ଯାହା ଉପରେ କୋର୍ଟ ୨୦୨୨ ମସିହାରେ ନୋଟିସ ଜାରି କରିଛନ୍ତି।…

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button