ଓଡିଶା
ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାଶାସନିକ ସୀମା ପୁନଃନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ସଂଚାର ବ୍ୟୁରୋ: ଆସନ୍ତା ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରାଶାସନିକ ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକରା। ଏ ନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ଜିଲ୍ଲା, ସବ ଡିଭିଜନ, ରାଜସ୍ଵ ଗ୍ରାମ, ବ୍ଲକ ଓ ପୌର ପରିଷଦକୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ରାଜସ୍ଵ ବିଭାଗ। ଜନଗଣନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। … ଏଥର ଜନଗଣନା ସହିତ ଜାତିଭିତ୍ତିକ ଜନଗଣନା କରିବାକୁ ଆଗରୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସଂସଦର ଆସନ୍ତା ମୌସୁମୀ ଅଧିବେଶନରେ ଆସିପାରେ ବିଲ୍। ଜାତିଭିତ୍ତିକ ଜନଗଣନା ପାଇଁ ବିଜେଡି ସମେତ କଂଗ୍ରେସ ଅନ୍ୟ ବିରୋଧୀ ଦଳ ଦାବି କରି ଆସୁଥିଲେ।