ଓଡିଶା

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ପ୍ରଥମ ସମନ୍ବୟ ବୈଠକ

ସଂଚାର ବ୍ୟୁରୋ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ପ୍ରଥମ ସମନ୍ବୟ ବୈଠକ। ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପୁରୀ ପୌରସଦନରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ଯକ୍ଷତାରେ ବସିବ ପ୍ରଥମ ରଥ ସମନ୍ୱୟ କମିଟି ବୈଠକ। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ଦାଖଲ କରିବେ । ଏହା ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇ ଥର ହୋଇଥିବା ପ୍ରସ୍ତୁତି ବୈଠକରେ ଏନେଇ ସବୁ ଅଧିକାରୀଙ୍କୁ ଡେଡ୍ ଲାଇନ ଦିଆଯାଇଥିଲା । ପ୍ରଶାସନିକ ସ୍ତରରେ ବୈଠକକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବାସ୍ତବିକ ବିଭାଗୀୟ ଅଧିକାରୀମାନେ ନିଜ କାର୍ଯ୍ୟ କ୍ଷେତ୍ରରେ କେତେ ଅଗ୍ରଗତି କରିଛନ୍ତି ସେନେଇ ଆରଡିସିଙ୍କ ସମ୍ମୁଖରେ ତଥ୍ୟ ରଖିବେ। ରାସ୍ତା ମରାମତି, ନାଳ ସଫା, ପରିମଳ, ଆଇନଶୃଙ୍ଖଳା, ବିଦ୍ୟୁତ, ପରିବହନ, ରଥନିର୍ମାଣ, ରଥକାଠ ଯୋଗାଣ, ରଥ ଦଉଡି, ରଥଯାତ୍ରା ସମୟରେ ନୀତିକାନ୍ତି ଶୃଙ୍ଖଳା, ଟ୍ରାଫିକ ସୁପରିଚାଳନା, ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ସମନ୍ୱୟ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ବୈଠକରେ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାର ସମସ୍ତ ବିଧାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ସେବାୟତ, ବୁଦ୍ଧିଜୀବୀ ଯୋଗ ଦେବେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button