ଓଡିଶା

ଆଜି ଚାଷୀଙ୍କ ଖାତାକୁ ଆସିବ ସିଏମ୍ କିଷାନ ଟଙ୍କା

ସଂଚାର ବ୍ୟୁରୋ: ଆଜି ଆସିବ ସିଏମ୍ କିଷାନ ଟଙ୍କା ।   ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏକାଥରକେ ୫୦ଲକ୍ଷ ଚାଷୀଙ୍କ ଖାତାକୁ ଟଙ୍କା ଯିବ ।  ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ଏହି ସିଏମ କିଷାନ ଟଙ୍କା ।

୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ।  ସିଏମ କିଷାନ ଯୋଜନାରେ ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଛି ।  ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି ସରକାର ।  ଗତବର୍ଷ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ କରିଥିଲେ ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button