ଓଡିଶା

ପେଟ୍ରୋଲ ଟାଙ୍କିରେ ବନ୍ଧାପଡିଛି ୧୦୮ ଆମ୍ବୁଲାନ୍ସ

ସଂଚାର ବ୍ୟୁରୋ: ପେଟ୍ରୋଲ ଟାଙ୍କିରେ ବନ୍ଧାପଡିଛି ୧୦୮ ଆମ୍ବୁଲାନ୍ସ । ତେଲ ପକାଇବାକୁ ଯାଇ ପେମେଣ୍ଟ ନଦେବାରୁ ଟାଙ୍କି ମାଲିକ ଅଟକ ରଖିଛି ତିନୋଟି ଆମ୍ବୁଲାନ୍ସ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଶାଳପଡ଼ା ପେଟ୍ରୋଲ ପମ୍ପରେ । ଆମ୍ବୁଲାନ୍ସ ଅଟକ ରହିଥିବାରୁ ଓଟିପି ଆସୁନି କି ଆପରେ ଫିଲିଙ୍ଗ ଦେଖାଯାଉନି ଫଳରେ ବହୁ ସମସ୍ୟାର ସମ୍ମଖୀନ ହେଉଛନ୍ତି ରୋଗୀ । ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ହୋଇପାରୁନି । ଯାହା ଫଳରେ ରୋଗୀମାନେ ବହୁ ଅସୁବିଧାର ସମୁଖିନ ହେଉଛନ୍ତି । ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ପାଇ ପାରୁନାହାନ୍ତି ରୋଗୀ ।.

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button