ଦେଶ ବିଦେଶ

ବଢ଼ିଲା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍‌‌ଙ୍କ କାର୍ଯ୍ୟକାଳ

ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ମନୋନୟନ କମିଟିର ସୁପାରିଶ ଆଧାରରେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି। ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟିର ବୈଠକରେ ଏବଂ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଗଠିତ ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମନୋନୟନ କମିଟିର ସୁପାରିଶ ଉପରେ ଆଧାର କରି କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ୟ୍ୟକାଳ ୨୪ ମଇ ପରେ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି। ଶ୍ରୀ ସୁଦ କର୍ଣ୍ଣାଟକ କ୍ୟାଡରର ୧୯୮୬ ବ୍ୟାଚର ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ। ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବରେ ଯୋଗଦେବା ସମୟରେ କର୍ଣ୍ଣାଟକର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିଲେ।

Sajaga News

Related Articles

Leave a Reply

Your email address will not be published. Required fields are marked *

Back to top button